Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନା ସଂକ୍ରମିତ ଶିଶୁଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ, ଦିଅନ୍ତୁ ନାହିଁ ଏହି ସବୁ ଔଷଧ

10/06/2021 at 4:27 PM

ନୂଆଦିଲ୍ଲୀ, ୧୦।୬: ଗତ ବର୍ଷ ଠାରୁ ଦେଶ କରୋନା ମହାମାରୀ ସହିତ ଲଢେଇ କରୁଛି l କରୋନାର ଦ୍ଵିତୀୟ ଲହର ଏବେ ମଧ୍ୟ ଜାରି ରହିଛି l ଏହାର ଭାୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏବେ ତୃତୀୟ ଲହରର ମୁକାବିଲା ପାଇଁ ସତର୍କ ହୋଇଛନ୍ତି l କେନ୍ଦ୍ର ସରକାର ଏବେ କରୋନାରେ ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି l

ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କୁ ଆଣ୍ଟି ଭାଇରଲ ରେମଡେସିଭିର ଦେବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି l ଏହା ସହିତ କୁହାଯାଇଛି ଯେ, ପିଲାଙ୍କୁ ଷ୍ଟିରଏଡ଼ ଦିଅନ୍ତୁ ନାହିଁ l ପିଲାଙ୍କର ଶାରୀରିକ କ୍ଷମତା ଦେଖିବା ପାଇଁ ଛଅ ମିନିଟର ୱାର୍କ ଟେଷ୍ଟ କରିବାକୁ ଏହି ଗାଇଡଲାଇନରେ କୁହାଯାଇଛି l

କହିରଖୁଛୁ ଯେ କରୋନାର ତୃତୀୟ ଲହରରେ ଶିଶୁଙ୍କୁ ବଡ଼ ସଂଖ୍ୟାରେ ଏହା ସଂକ୍ରମିତ କରିବାର ସମ୍ଭାବନା ରହିଛି l ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ ଅତି ଆବଶ୍ୟକ ପଡୁଥିବା ରୋଗୀଙ୍କୁ କେବଳ ଷ୍ଟିରଏଡ଼ ଦିଆଯିବ l ପିଲାଙ୍କର ଆଙ୍ଗୁଠିରେ ଅକ୍ସିମିଟର ଲଗାଇ ଛଅ ମିନିଟ ପର୍ଯ୍ୟନ୍ତ ସେମାନଙ୍କୁ ଦୋହଲିବା ପାଇଁ କହିବାକୁ ମନ୍ତ୍ରଣାଳୟ ଏଥିରେ କହିଛି l ଯଦି ଆକ୍ସିଜେନ ସଚୁରେସନ ଚଉରାନାବେରୁ କମ ରହିଛି ତେବେ ସେମାନଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ଦେଖାଯିବ l ଏହି ଆଧାରରେ ଶିଶୁଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିବା ପାଇଁ ଏହି ଗାଇଡଲାଇନରେ କୁହାଯାଇଛି l

   Related Posts