Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, କର୍ମଚାରୀଙ୍କୁ ମିଳୁଥିବା ସୁବିଧାରେ ହେବ କାଟ, ୭ ଲକ୍ଷ ପଦବୀରେ ଏବେ ଦିଆଯିବନାହିଁ ନିଯୁକ୍ତି

12/06/2021 at 7:28 PM

ନୂଆଦିଲ୍ଲୀ, ୧୨/୦୬ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଦେଶ ଏବେ କର୍ମଚାରୀଙ୍କୁ ଚିନ୍ତାରେ ପକାଇଛି l ସରକାର କହିଛନ୍ତି ଯେ କରୋନା ସମୟରେ ଖର୍ଚ୍ଚ ବଢ଼ିବାରେ ଲାଗିଛି l ରାଜସ୍ବ ଉପରେ ଗଭୀର ପ୍ରଭାବ ପଡୁଛି l ତେଣୁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ନିଜ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ l

କର୍ମଚାରୀଙ୍କ ଓଭର ଟାଇମ, ଯିବା-ଆସିବା ଭତ୍ତା, ରାସନ ଆଦି ଖର୍ଚ୍ଚ କମ କରିବାକୁ ସରକାର କହିଛନ୍ତି l ଏହି ଖର୍ଚ୍ଚ ୨o ପ୍ରତିଶତ କମ କରିବାକୁ କୁହାଯାଇଛି l ଏହା ପଛରେ ଏହି ତର୍କ ଦିଆଯାଇଛି ଯେ, ସରକାର ଭ୍ୟାକ୍ସିନ ମାଗଣାରେ ଦେଉଛନ୍ତି l ଗରିବ ପରିବାରକୁ ଦୀପାବଳି ପର୍ଯ୍ୟନ୍ତ ମାଗଣା ରାସନ ମଧ୍ୟ ସରକାର ଦେବେ l ଯେଉଁ କାରଣରୁ ରାଜସ୍ବ ଉପରେ ଅତିରିକ୍ତ ବୋଝ ପଡ଼ିବ l ରାଜକୋଷ ନିୟନ୍ତ୍ରଣ ବାହାରକୁ ଚାଲି ନଯାଉ ସେଥିପାଇଁ ଖର୍ଚ୍ଚ କାଟିବାକୁ ଆଦେଶ ଜାରି କରାଯାଇଛି l

ନାଶନାଲ କାଉଂସିଲର ଷ୍ଟାଣ୍ଡିଙ୍ଗ କମିଟିର ବରିଷ୍ଠ ସଦସ୍ୟ ଏବଂ ଅଖିଳ ଭାରତୀୟ ରକ୍ଷା କର୍ମଚାରୀ ମହାସଂଘର ମହାସଚିବ ସି. ଶ୍ରୀକୁମାର କହିଛନ୍ତି ଯେ, କରୋନାରେ ଡିଏ ଉପରେ ରୋକ ଲଗାଇଥିଲେ l ଫଳରେ ଅଶି ହଜାର କୋଟି ଟଙ୍କାର ରାଜସ୍ବ ବଞ୍ଚି ଯାଇଥିଲା l ଅନ୍ୟପଟେ ୭ ଲକ୍ଷ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦିଆଯାଉନାହିଁ l ତେଣୁ ଏପରି ପରିସ୍ଥିତିରେ କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଉପରେ ଏବେ ସରକାର ଆଖି ପକାଇଥିବା କୁହାଯାଉଛି l

   Related Posts