Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗ୍ରହଣ କଲେ ଏହି ପଦକ୍ଷେପ

6/11/2019 at 8:19 PM

ନୂଆଦିଲ୍ଲୀ ୦୬।୧୧ – କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି ଏବଂ ଉପଲବ୍ଧତାର ସମୀକ୍ଷା କରିଛନ୍ତି। ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ ଶ୍ରୀବାସ୍ତବ, ଖାଦ୍ୟ ସଚିବ ରବି କାନ୍ତଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରାୟ ଦୁଇ ଘଂଟା ଧରି ଏହି ସମୀକ୍ଷା କରାଯାଇଥିଲା।

ଦେଶରେ ପିଆଜ ଦର ବୃଦ୍ଧିର କାରଣ ଏବଂ ଏହାର ମୁକାବିଲା ଲାଗି ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇ ନ ଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା ଏବଂ ଏହା ମଧ୍ୟ ପିଆଜ ପରିବହନକୁ ପ୍ରଭାବିତ କରିଥିଲା।

ବୈଠକ ପରେ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫୬,୭୦୦ ଟନ ପିଆଜ ମହଜୁଦ କରି ରଖାଯାଇଛି। ଏଥିମଧ୍ୟରୁ ୧୫୨୫ ଟନ ନାଫେଡ ନିକଟରେ ରହିଛି । ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପିଆଜ ରପ୍ତାନି ଉପରେ ଅଂକୁଶ ଜାରି କରାଯାଇଛି । ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା ୧୦ ମେଟ୍ରିକ ଟନ ରଖାଯାଇଥିବା
ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ମେଟ୍ରିକ ଟନ ରଖାଯାଇଛି । ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଶ୍ୱାନ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ ୩୦ରୁ ୪୦% ପ୍ରତିଶତ ହ୍ରାସ ପାଇଛି । ପିଆଜ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ମଣ୍ଡିରେ ମଧ୍ୟ ୨୫% ପିଆଜ କମ ପହଁଚିଛି । କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି । କୃଷି ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତାବଳୀକୁ କେତେକ ସର୍ତ ସହିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହାଦ୍ୱାରା ଗୁଣବତା ଓ ନିରାପତା ସହ ସାଲିସ କରାନଯାଇ ପିଆଜର ଶୀଘ୍ର
ଆମଦାନୀ ସୁନିଶ୍ଚିତ ହୋଇପାରିବ । ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି ।

ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନାଫେଡର ଅତିରିକ୍ତ ଏମଡିଙ୍କ ନେତୃତ୍ୱରେ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ ।

   Related Posts