ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ- କେନ୍ଦ୍ର ସରକାର ଏକ ଟଙ୍କା ଦେଇ କଲେ ଶୁଭାରମ୍ଭ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୦୬।୦୧ - ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର ସରକାର ଏକ ଟଙ୍କା ଦାନ ଦେଇଛନ୍ତି । ଏବେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେବା ଆରମ୍ଭ ହୋଇ ଯାଇଛି । ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ଟ୍ରଷ୍ଟକୁ ଏକ ଟଙ୍କା ଦାନ ଆକାରରେ ଦେଇଛନ୍ତି । ଗୃହମନ୍ତ୍ରାଳୟର ସଚିବ ଡି ମୁର୍ମୁ ଏହି ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରିଛନ୍ତି । ଟ୍ରଷ୍ଟ କୌଣସି ବିନା ସର୍ତ୍ତରେ ଦାନ, ଅନୁଦାନ, ଚାନ୍ଦା ଓ ସହାୟତା ଗ୍ରହଣ କରିବ ।

ଅଯୋଧ୍ୟା ପ୍ରସଙ୍ଗରେ ହିନ୍ଦୁ ପକ୍ଷଙ୍କ ମାମଲା ପରିଚାଳନା କରୁଥିବା ୯୨ ବର୍ଷିୟ ପରାଶରନଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି କରାଯାଇଛି । ପରାଶରନ ବ୍ୟତୀତ ଟ୍ରଷ୍ଟରେ ଜଣେ ଶଙ୍କରାଚାର୍ଯ୍ୟଙ୍କ ସମେତ ୫ ଜଣ ଧର୍ମଗୁରୁ ସାମିଲ ଅଛନ୍ତି । ଏହା ସହ ଅଯୋଧ୍ୟାର ରାଜ ବଂଶର ବଂଶଜ ରାଜା ବିମେଳେନ୍ଦ୍ର ପ୍ରତାପ ମିଶ୍ରଙ୍କୁ ସାମିଲ କରାଯାଇଛି । ଅଯୋଧ୍ୟାର ହୋମିଓପାଥି ଡାକ୍ତର ଅନୀଲ ମିଶ୍ର ଓ ଜିଲ୍ଲାପାଳଙ୍କୁ ଟ୍ରଷ୍ଟି ବନାଯାଇଛି ।

୩୦ ବର୍ଷ ତଳେ ଜଣେ ଦଳିତ ରାମ ଜନ୍ମ ଭୂମି ଶିଳାନ୍ୟାସ ପାଇଁ ପ୍ରଥମ ଇଟା ସ୍ଥାପନା କରିଥିଲେ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ସରକାର ଅନୁମତି ପ୍ରଦାନ କରିବା ପରେ ୯ ନଭେମ୍ବର ୧୯୮୯ ରେ ବିଶ୍ୱ ହିନ୍ଦୁ ପରିଷଦର ସଂଯୁକ୍ତ ସଚିବ କାମେଶ୍ୱର ଚୌପାଲା ପ୍ରଥମେ ଶିଳାନ୍ୟାସ ପାଇଁ ଇଟା ସ୍ଥାପନା କରିଥିଲେ । ଚୌପାଲା ବିହାରର ଦଳିତ ପରିବାରର ।

ରୌନାହୀରେ ମସଜିଦ୍‌ ନିର୍ମାଣ ପାଇଁ ଯୋଗୀ ସରକାର ୫ ଏକର ଜମି ପ୍ରଦାନ କରିଛନ୍ତି ।

ପିଏମ୍‌ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା କରିବାର କିଛି ସମୟ ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ବୈଠକ ବସିଥିଲା । ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ତଥା ପ୍ରବକ୍ତା ଶ୍ରୀକାନ୍ତ ଶର୍ମା ଏହି ଜମି ପ୍ରଦାନ କରାଯିବ ପ୍ରସଙ୍ଗରେ ସୂଚନା ଦେଇଥିଲେ । ଅଯୋଧ୍ୟା ମୁଖ୍ୟାଳୟର ୧୮ କିଲୋମିଟର ଦୂରରେ ଥିବା ଧାନୀପୁର ଗ୍ରାମସ ସୌହାବନ ତହସିଲ୍‌ ରୌନାହୀ ଥାନାର ୨୦୦ ମିଟର ପଛରେ ଥିବା ୫ ଏକର ଜମିକୁ ସୁନ୍ନୀ ଓ୍ୱାକଫ ବୋର୍ଡକୁ ପ୍ରଦାନ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.