Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ବଦଳିବ କେନ୍ଦ୍ର ସୁରକ୍ଷା ବଳ ସିଆରପିଏଫ୍‌,ବିଏସ୍‌ଏଫ୍‌ ଏସ୍‌ଏସ୍‌ବି ଅବସର ବୟସ ସୀମା, ଡ୍ରାଫ୍ଟ ହୋଇ ସାରିଛି ନିୟମ

19/09/2019 at 3:39 PM

ନୂଆଦିଲ୍ଲୀ .- କେନ୍ଦ୍ର ସରକାର କେନ୍ଦ୍ର ସୁରକ୍ଷା ବଳମାନଙ୍କରେ ଅବସର ବୟସ ସୀମା ଗୋଟିଏ ନିର୍ଦ୍ଧାରିତ ବୟସ କରିବା ପାଇଁ ଯାଉଛନ୍ତି । ଏପରି ହେଲେ ସମସ୍ତ ଶ୍ରେଣୀର କର୍ମଚାରୀ ଓ ଅଧିକାରୀ ଗୋଟିଏ ବୟସ ସୀମା କିମ୍ବା ନିର୍ଦ୍ଦିଷ୍ଟ ଚାକିରି ଅବଧି ପରେ ଅବସର ନେବେ ।


କର୍ମଚାରୀଙ୍କ ବୟସ ୬୦ ବର୍ଷ ହେଲେ କିମ୍ବା ଜଣେ କର୍ମଚାରୀ ୩୩ ବର୍ଷ ଚାକିରି କରି ସାରିଲେ ଅବସର ନେବେ ବୋଲି ପ୍ରସ୍ତାବ ରହିଛି । ଏପରି ହେଲେ ସୁରକ୍ଷାବଳ ଉପରେ ଏହାର ପ୍ରଭାବ ପଡିବ । ଅଧିକାଂଶ ପ୍ରାୟ ୨୨ ବର୍ଷ ବୟସସୀମା ମଧ୍ୟରେ ଦେଶର ବିଭିନ୍ନ ସୁରକ୍ଷାବଳରେ ଯୋଗ ଦୋଇ ଥାଆନ୍ତି । ଏପରି ହେଲେ ୫୫ ବର୍ଷ ମଧ୍ୟରେ ସେମାନେ ଅବସର ନେବେ । ଏହି ବୟସ ସୀମା ଲାଗୁ ହେଲେ ପଦୋନ୍ନତି ଓ ଚାକିରିରେ ଥିବା ଖାଲି ପଦବୀ ବି ପୂରଣ ହୋଇ ପାରିବ । ଯୋଜନାରେ ଅନେକ କର୍ମଚାରୀ ଲାଭବାନ ହେବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଦୁଇଟି ମାନଦଣ୍ଡରେ ଲାଗୁ ହେବାକୁ ଥିବା ଏହି ଯୋଜନାକୁ ପର୍ଯ୍ୟାୟ କ୍ରମେ ଲାଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଜଣେ କର୍ମଚାରୀ ୩୨ ବର୍ଷ ଚାକିରି କରିବା ପରେ ଦରମା କିମ୍ବା ପଦୋନ୍ନତି କ୍ଷେତ୍ରରେ ସେମିତି କିଛି ଲାଭ ହୁଏ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ୩୩ ବର୍ଷ ଚାକିରି କିମ୍ବା ୬୦ ବର୍ଷ ବୟସେ ଅବସର ଦେବାପାଇଁ ଚିନ୍ତା କରୁଛନ୍ତି । ଏପରି କଲେ ଅନେକ ବ୍ୟାକ ଲଗ ସମସ୍ୟା ଦୂର ହେବ ।
ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ବି ଅବସର ବୟସ ସୀମା ଗୋଟିଏ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୪ ମାସ ମଧ୍ୟେର ଏଥି ପାଇଁ ନିଷ୍ପତ୍ତି ନେବା ପାଇଁ କହିଥିଲେ ।
ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଅବସର ପ୍ରାପ୍ତ ଅଧିକାରୀ ଦେବ ଶର୍ମାଙ୍କ ମାମଲାର ଶୁଣାଣୀ କରି ଗୋଟିଏ ଅବସରେ ବୟସ ହେବା ପାଇଁ କହିଥିଲେ । ୪ ମାସ ମଧ୍ୟରେ ଗୃହମନ୍ତ୍ରାଳୟ ଏବିଷୟରେ ନିଷ୍ପତ୍ତି ନେବା ପାଇଁ କହିଥିଲେ । ସିଆରପିଏଫ୍‌ରେ ସମସ୍ତ ରାଙ୍କରେ ଗୋଟିଏ ଅବସର ବୟସ ସୀମା ସମାନ ପାଇଁ । ଏବେ ସିଆପିଏଫ୍‌ , ଭାରତ ତିବଦ୍ଦତ ପୁଲିସ, ଆଇଟିବିପି ଓ ବିଏସ୍‌ଏଫ୍ ତଥା ଏସ୍‌ଏସ୍‌ବିରେ କମାଡାଣ୍ଟରୁ ତଳ ରାଙ୍କର ପଦ ପାଇଁ ଅବସର ବୟସ ସୀମା ୫୭ ବର୍ଷ ଅଛି ।

ଡିଆଇଜି ତା ଠାରୁ ଉପର ରାଙ୍କର ଅଧିକାରୀଙ୍କ ପାଇଁ ୬୦ ବର୍ଷ ସିଆଇଏସ୍‌ଏଫ୍‌ ଓ ଆସାମ ରାଇଫଲ୍‌ରେ ଅବସର ବୟସ ସୀମା ୬୦ ବର୍ଷ ଅଛି ।
ବିଭିନ୍ନ ରାଜ୍ୟ ମାନଙ୍କରେ ଅବସର ବୟସ ସୀମା ମଧ୍ୟ ଅଲଗା ଅଲଗା ।

ପଶ୍ଚିମ ବଙ୍ଗରେ ଡାକ୍ତରଙ୍କ ଅବସର ୬୨ ଓ ମେଡିକାଲ ଟିଚରଙ୍କ ବୟସ ୬୫ ବର୍ଷ ।

ଆନ୍ଧ୍ରପ୍ରଦେଶରେ , ତ୍ରିପୁରା, କର୍ଣ୍ଣାଟର ,ଆସମା , ବିହାର, ମେଘାଳୟ, ମଧ୍ୟପ୍ରଦେଶ, ଛତିଶଗଡ, ନାଗାଲାଣ୍ଡ , ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ୬୦ ବର୍ଷ ଅବସର ବୟସ ।

ଓଡିଶା, ତେଲେଙ୍ଗାନା, ଗୋଆ, ଅରୁଣାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମିଜୋରାମ ,ପଞ୍ଜାବ ଓ ହରିୟାଣାରେ ଏହା ୫୮ ବର୍ଷ । ଅଲଗା ଅଲଗା ପଦ ପାଇଁ ବି ଅବସର ବୟସ ସୀମା ଅଲଗା ରହିଛି ।


ବାୟୁସେନା
ଏୟାର ଚିଫ୍‌ ମାର୍ଶାୱ ୬୨ ବର୍ଷ
ଏୟାର ମାର୍ଶାଲ ୬୦ବର୍ଷ
ଏୟାର ଭାଇସ୍‌ ମାର୍ଶାଲ ୫୮ବର୍ଷ
ଏୟାର କମୋଡର ୫୬ ବର୍ଷ
ଗ୍ରୁପ କ୍ୟାପଟେନ୍‌ ୫୪ ବର୍ଷ
ଫ୍ଲାଇଙ୍ଗ ବ୍ରାଞ୍ଚ- ୫୨ ବର୍ଷ

ଏୟାର ମ୍ୟାନ ନାନୋ ଅଫିସ୍‌ ୫୭ ବର୍ଷ


ଭାରତୀୟ ସେନାରେ ଅବସର ନେବା ବୟସ –
ଜେନେରାଲ ୬୨ ବର୍ଷ
ଲେଫନାଣ୍ଟ ଜେନାରାଲ ୬୦ ବର୍ଷ
ମେଜର ଜେନେରାଲ ୫୮ ବର୍ଷ
ବ୍ରିଗେଡିୟର ୫୬ ବର୍ଷ
କର୍ଣ୍ଣଲ – ୫୪ ବର୍ଷ

ସୁବେଦାର ମେଜର ୫୨ ବର୍ଷ
ନାଏବ ସୁବେଦାର – ୫୨
ହାବିଲଦାର -୪୯ ବର୍ଷ
ନାୟକ ୪୯ ବର୍ଷ
ସିପାହୀ ଜିପି ଏକ୍ସ ୪୨ ବର୍ଷ
ସିପାହି ଜିବି ଓ୍ୱାଇ ୪୮ ବର୍ଷ

ଭାରତୀୟ ନୌସେନା
ଏଡମିରାଲ ୬୨ ବର୍ଷ
ଭାଇସ୍ ଆଡମିରାଲ ୬୦ ବର୍ଷ
ରିଅର ଆଡମିରାଲ ୫୮ ବର୍ଷ
କମୋଡର କ୍ୟାପଟେନ୍‌ ୫୬ ବର୍ଷ
କମାଣ୍ଡର ୫୪ ବର୍ଷ
ଲେଫନଣ୍ଟ କମାଣ୍ଡର ୫୨ ବର୍ଷ
ସିପିଓ ତା ତଳ ୫୨ ବର୍ଷ

   Related Posts