ଲକ୍‌ଡାଉନ୍‌ରେ ଗାଡି ମାଲିକଙ୍କୁ ରିହାତି : ଜୁନ୍‌ ୩୦ ଯାଏଁ ଲାଇସେନ୍ସ, ରେଜିଷ୍ଟ୍ରସନ,ରିନ୍ୟୁ ବଢିଲା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩ : ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ପରମିଟ୍ । ଦେଶରେ କରୋନା ପରିସ୍ଥିତିକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଜୁନ୍  ୩୦ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍ ଓ ରେଜିଷ୍ଟ୍ରେସନକୁ ବଢ଼ାଇ ଦେଇଛନ୍ତି। ଯେଉଁ ସବୁ ଗାଡ଼ିର ଏହିସବୁ ଡକ୍ୟୁମେଣ୍ଟ ଫେବ୍ରୁଆରୀ ସୁଦ୍ଧା ଶେଷ ହୋଇଥିଲା ତାହା ଜୁନ୍  ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

wp:core-embed/twitter {"url":"https://twitter.com/STAOdisha/status/1244831583447560192","type":"rich","providerNameSlug":"twitter","className":""}
https://twitter.com/STAOdisha/status/1244831583447560192
/wp:core-embed/twitter

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଜଣାଇ ଦିଆଯାଉଛି। ସାରା ଦେଶରେ ଏବେ ଲକ୍ ଡାଉନ୍  ଜାରି ରହିଥିବା ବେଳେ ଗାଡ଼ି କାଗଜପତ୍ରର ଭ୍ୟାଲିଡିଟି ସରିଯାଇଥିବା ଲୋକେ ଏଥିଯୋଗୁଁ ନାହିଁନଥିବା ହଇରାଣ ହେଉଥିଲେ। ଏମିତି ସ୍ଥିତିରେ କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ଭ୍ୟାଲିଡିଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.