କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ୍ ବୋନସ୍: ଆଜି ନିଶ୍ଚୟ ଚେକ୍ କରନ୍ତୁ ଦରମା SMS

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ସରକାର ଗତ ଦେଢ଼ ବର୍ଷ ହେଲା ମହଙ୍ଗା ଭତ୍ତାର ଏରିୟର ଦେଇନାହାନ୍ତି। ସେପ୍ଟେମ୍ବର ମାସରେ କେନ୍ଦ୍ର କର୍ମଚାରୀଙ୍କୁ ବେତନରେ ଡବଲ ବୋନସ ମିଳିପାରେ। ଆଜି ଆପଣଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ମେସେଜ ନିଶ୍ଚୟ ଚେକ କରନ୍ତୁ ଯେ ବେତନରେ ବଢିଥିବା DA ଓ HRA ଆସିଛି ନା ନାହିଁ। ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କ ମୂଳ ବେତନ ୨୮ ପ୍ରତିଶତ କରିଦେଇଛନ୍ତି ଓ ହାଉସ ରେଣ୍ଟ ଆଲାଉନ୍ସ ମଧ୍ୟ ବଢ଼ାଇ ଦେଇଛନ୍ତି।

କେନ୍ଦ୍ର ସରକାର ଆଦେଶ ଜାରି କରି କହିଛନ୍ତି ସରକାରୀ କର୍ମଚାରୀଙ୍କ ମୂଳ ବେତନ ଆଧାରରେ ହାଉସ ରେଣ୍ଟ ଆଲାଉନ୍ସ ଓ ଡିଏ ବୃଦ୍ଧି କରାଯାଉ। ନିୟମ ଅନୁଯାୟୀ, ଏଚଆରଏ ଏଇଥିପାଇଁ ବଢାଯାଇଛି କାରଣ ଡିଏ ୨୫ ପ୍ରତିଶତରୁ ଅଧିକ ହୋଇଯାଇଛି। ସେଥିପାଇଁ କେନ୍ଦ୍ର ସରକାର ମଧ୍ୟ ଏଚଆରଏ ବଢ଼ାଇ ୨୭ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୭ ଜୁଲାଇ ୭ ତାରିଖରେ ବ୍ୟୟ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଯେତେବେଳେ ଡିଏ ୨୫% ରୁ ଅଧିକ ହେବ, ଏଚଆରଏକୁ ମଧ୍ୟ ସଂଶୋଧନ କରାଯିବ। ଜୁଲାଇ ୧ରୁ ମହଙ୍ଗା ଭତ୍ତା ବଢି ୨୮% ହୋଇଯାଇଛି ସେଥିପାଇଁ ବର୍ତ୍ତମାନ ଏଚଆରଏ ସଂଶୋଧନ କରିବା ଜରୁରୀ। ସୂଚନା ଅନୁଯାୟୀ, ସହର କ୍ୟାଟେଗରୀ ଅନୁସାରେ ୨୭%, ୧୮% ଓ ୯% ଏଚଆରଏ ଦିଆଯାଉଛି। ଏହା ୨୦୨୧ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି। ଏଚଆରଏ କ୍ୟାଟେଗରୀ X, Y ଓ Z  କ୍ଲାସ ସହର ହିସାବରେ ରହିଛି। ଯେଉଁ କେନ୍ଦ୍ର କର୍ମଚାରୀ X କ୍ୟାଟେଗରୀରେ ଆସନ୍ତି ସେମାନଙ୍କୁ ବର୍ତ୍ତମାନ ମାସକୁ ୫୪୦୦ ଟଙ୍କାରୁ ଅଧିକ ଏଚଆରଏ ମିଳିବ। Y କ୍ୟାଟେଗରୀ କର୍ମଚାରୀଙ୍କୁ ମାସିକ ୩୬୦୦ ଟଙ୍କା ଓ Z କ୍ଲାସ କର୍ମଚାରୀଙ୍କୁ ମାସକୁ ୧୮୦୦ ଟଙ୍କା ମିଳିବ।

ସପ୍ତମ ବେତନ କମିଶନ ଅନୁସାରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ ୧୮ ହଜାର ଟଙ୍କା। ବର୍ତ୍ତମାନ ପ୍ରାଇଭେଟ ସେକ୍ଟର କର୍ମଚାରୀଙ୍କ ବେତନ ୧୫ ହଜାର ଟଙ୍କାରୁ ଆରମ୍ଭ ହେଉଛି। ୧୮ ହଜାର ଟଙ୍କା ମୂଳ ବେତନରେ କେନ୍ଦ୍ର କର୍ମଚାରୀଙ୍କୁ ୨୦୨୧ ଜୁନ ଯାଏଁ ୧୭% ହାରରେ ୩୬୦୦ ଟଙ୍କା ଡିଏ ମିଳୁଥିଲା। ଜୁଲାଇରୁ କର୍ମଚାରୀଙ୍କୁ ୨୮% ଡିଏ ହିସାବରେ ପ୍ରତି ମାସରେ ୫୦୪୦ ଟଙ୍କା ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.