Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖାନ କଲେ କେନ୍ଦ୍ର ସରକାର, ଜାତି ଭିତ୍ତିରେ ହେବ ନାହିଁ ଜନଗଣନା

21/07/2021 at 9:55 PM

ଭୁବନେଶ୍ୱର, ୨୧/୦୭: ଦେଶରେ କେଉଁ ଜାତିର କେତେ ସଂଖ୍ୟାର ଲୋକ ଅଛନ୍ତି ସେ ଭିତ୍ତିରେ ଜନଗଣନା ହେବ ନାହିଁ ।  କେବଳ ଏସି ଏସଟିଙ୍କ ସଂଖ୍ୟା ଗଣନା ହେବ । ଲୋକସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଏପରି ଉତ୍ତରକୁ ନେଇ ରାଜ୍ୟରେ ଯୋର ଧରିଛି ରାଜନୀତି । ଓଡିଶାରେ ଜାତି ଭିତ୍ତିରେ ଜନଗଣନା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ହେଲେ କେନ୍ଦ୍ର ଏହାକୁ ନାଁ କହିବା ପରେ ଏବେ ରାଜ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି।

ଜାତିଭିତ୍ତିରେ ଜନଗଣନା କରିବାକୁ ଓଡ଼ିଶା ଓ ମହାରାଷ୍ଟ୍ର କେନ୍ଦ୍ରକୁ କରିଥିବା ଅନୁରୋଧରେ ସହମତି ପ୍ରକାଶ କରିନାହାନ୍ତି କେନ୍ଦ୍ରସରକାର । ଦେଶରେ ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଅଛନ୍ତି, ତା’ର ଗଣତି କରାଯିବ ନାହିଁ। କେବଳ ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଗଣତି କରାଯିବ। ଏହା ବ୍ୟତୀତ ଆଉ କୌଣସି ଜାତି ଆଧାରରେ କେତେ ଲୋକ ଅଛନ୍ତି, ତାହାର ଗଣନା କରାଯିବ ନାହିଁ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି । ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ନାକଚ ପରେ ବିଜେପି କହିଛି କେନ୍ଦ୍ର ଗୄହ ରାଷ୍ଟ୍ର ମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି ତାହା ଯଥାର୍ଥ । ରାଜ୍ୟ ସରକାର ଅନାବଶ୍ୟକ ଭାବେ ଏହି ପ୍ରସ୍ତାବ ଦେଇଥିଲେ । ଏଭଳି ପ୍ରସ୍ତାବ ଦେଇ ୟୁପି ଓ ବିହାର ପରି ବିଜେଡି ଓଡିଶାରେ ଜାତି ରାଜନୀତି ଚଳାଇବାକୁ ଚାହୁଁଥିଲା ବୋଲି ବିଜେପି କହିଛି । 

ବିଜେପିର ଏପରି ଆରୋପର ଜବାବ ରଖିଛି ବିଜେଡି । ରାଜ୍ୟରେ ଓବିସି ଓ ଏସସିବିସିଙ୍କ ସଂଖ୍ୟା କେତେ ତାହା ଜାଣିଲେ ସେହି ବର୍ଗର ଉନ୍ନତି ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିପାରିବେ । ସେଥିଲାଗି ରାଜ୍ୟ ସରକାର ଜାତି ଭିତ୍ତିରେ ଜନଗଣନା କରିବାକୁ ଚାହିଁଥିଲେ । ହେଲେ ବିଜେପି ଏହାକୁ ରାଜନୀତିର ରଙ୍ଗ ଦେଇ ରାଜ୍ୟରେ ଏସସିବିସି ଓ ଓବିସି ମାନଙ୍କ ଉନ୍ନତି ଚାହୁଁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ସେପଟେ ବିଜେଡି ସହ ସ୍ବର ମିଳାଇଛି  କଂଗ୍ରେସ।

ଜାତି ଭିତ୍ତିକ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ  ଏକ ସଂକଳ୍ପ ପାରିତ ହୋଇଥିଲା।  ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯଇଥିଲା । ତେବେ କେନ୍ଦ୍ର ମନା କରିଦେବା ପରେ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି।

   Related Posts