Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ, ୩୩୩୮୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କୋଭିଡ-୧୯ ପ୍ୟାକେଜ ପାଇଁ ୧୫,୦୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

23/04/2020 at 10:03 AM

ନୂଆଦିଲ୍ଲୀ ୨୩।୪: କେନ୍ଦ୍ର ସରକାର ‘ଭାରତ କୋଭିଡ-୧୯ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ’ ପାଇଁ ୧୫,୦୦୦ କୋଟି ଟଙ୍କା ବିନିଯୋଗକୁ ଅନୁମୋଦନ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଅନୁମୋଦିତ ରାଶି ୩ଟି ପର୍ଯ୍ୟାୟରେ ଉପଯୋଗ ହେବ । ଏବେ ଯାଏଁ ତୁରନ୍ତ କୋଭିଡ-୧୯ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ (୭,୭୭୪ କୋଟି ଟଙ୍କା) ପାଇଁ ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ପାଣ୍ଠିଗୁଡିକ ମଧ୍ୟ ଅବଧି ସହଯୋଗ (୧-୪ ବର୍ଷ) ଭାବରେ ମିଶନ୍ ମୋଡ୍ ରେ ପ୍ରଦାନ କରାଯିବ ।

ପ୍ୟାକେଜ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାଇଗ୍ନୋଷ୍ଟିକ୍ସ ଏବଂ କୋଭିଡ ଉତ୍ସର୍ଗୀକୃତ ଚିକିତ୍ସା ସୁବିଧାର ବିକାଶ, ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ଏବଂ ଔଷଧର କେନ୍ଦ୍ରୀୟ କ୍ରୟ, ଭବିଷ୍ୟତର ମହାମାରୀରୁ ରକ୍ଷା ଏବଂ ପ୍ରସ୍ତୁତିକୁ ସହଯୋଗ କରିବା ପାଇଁ ଜାତୀୟ ତଥା ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରାଣାଳୀକୁ ମଜବୁତ ତଥା ବିକଶିତ କରିବା । ଏଥିରେ ଲାବୋରେଟୋରୀ ସ୍ଥାପନ ଏବଂ ତଦାରଖ କାର୍ଯ୍ୟକଳାପ, ଜୈବ ସୁରକ୍ଷା ପ୍ରସ୍ତୁତି, ମହାମାରୀ  ଅନୁସନ୍ଧାନ ଏବଂ ସମ୍ପ୍ରଦାୟକୁ ସକ୍ରିୟ ଭାବରେ ଜୋଡିବା ତଥା ବିପଦ ଯୋଗାଯୋଗ କାର୍ଯ୍ୟକଳାପ ମାଧ୍ୟମରେ ଭାରତରେ କୋଭିଡ-୧୯ର ପ୍ରସାରକୁ ସୀମିତ ରଖିବା ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା ବୃଦ୍ଧି କରାଇବା ଅନ୍ତର୍ଭୁକ୍ତ ରହିଛି । ଏହି ପଦକ୍ଷେପ ଏବଂ ପ୍ରକ୍ରିୟାକୁ କେବଳ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେବ ।

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ୟ ସଂପୃକ୍ତ ମନ୍ତ୍ରଣାଳୟର ସହଯୋଗ ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି ।

  • ପ୍ୟାକେଜ୍ ଅଧୀନରେ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନା, ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା ଏବଂ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ଭାବ ପ୍ରସ୍ତତ କରିବାକୁ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩୦୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଛି ।
  • କ୍ବାରେଣ୍ଟାଇନ୍, ଆଇସୋଲେସନ, ପରୀକ୍ଷଣ, ଚିକିତ୍ସା, ରୋଗ ପ୍ରତିରୋଧ, ନିରାକରଣ, ସାମାଜିକ ଦୂରତା ଏବଂ ତତ୍ତ୍ବାବଧାନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ପ୍ରୋଟୋକଲ୍ ଏବଂ ପରାମର୍ଶ ଦିଆଯାଇଛି ।
  • ହଟସ୍ପଟ୍ ଚିହ୍ନଟ କରାଯାଇଛି ଏବଂ ପ୍ରତିରୋଧ ରଣନୀତି କାର୍ଯ୍ୟକାରୀ ହେଉଛି ।
  • ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀଗୁଡିକ ସମ୍ପ୍ରସାରିତ ହୋଇଛି ଏବଂ ପ୍ରତିଦିନ ପରୀକ୍ଷା କ୍ଷମତା ବୃଦ୍ଧି କରାଯାଉଛି । ବାସ୍ତବରେ, ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ବହୁ ରୋଗ ପରୀକ୍ଷଣ ପ୍ଲାଟଫର୍ମ କରାଯାଉଛି । କୋଭିଡ୍-୧୯ ପରୀକ୍ଷଣ ବୃଦ୍ଧି କରିବାକୁ ୧୩ ଲକ୍ଷ ଡାଇଗ୍ନୋଷ୍ଟିକ୍ କିଟ୍ କ୍ରୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
  • କମ୍ୟୁନିଟି ହେଲ୍ଥ ସ୍ବେଚ୍ଛାସେବୀ (ASHA) ସମେତ ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ‘ପ୍ରଧାନମନ୍ତ୍ରୀ ଗାରିବ କଲ୍ୟାଣ ପ୍ୟାକେଜ୍ : କୋଭିଡ-୧୯ରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବୀମା ଯୋଜନା’ ଅଧୀନରେ ବୀମା ସୁରକ୍ଷା ଦିଆଯାଇଛି ।
  • ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE), ଏନ-୯୫ ମାସ୍କ ଏବଂ ଭେଣ୍ଟିଲେଟର, ପରୀକ୍ଷଣ କିଟ୍ ଏବଂ ଚିକିତ୍ସାରେ ବ୍ୟବହୃତ ଔଷଧଗୁଡିକ କେନ୍ଦ୍ରୀୟ ସ୍ତରରେ କ୍ରୟ କରାଯାଉଛି ।

ଏହି ଖର୍ଚ୍ଚର ଅଧିକାଂଶ ଅଂଶକୁ ଜରୁରୀକାଳୀନ ପ୍ରତିକ୍ରିୟା, ମହାମାରୀ ଅନୁସନ୍ଧାନ ଏବଂ ବହୁ-ବିଭାଗୀୟ ଜାତୀୟ ଅନୁଷ୍ଠାନକୁ ସାମର୍ଥ୍ୟ କରି ଜାତୀୟ ତଥା ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା, ସମ୍ପ୍ରଦାୟର ଯୋଗଦାନ ତଥା ବିପଦ ସମ୍ବନ୍ଧୀୟ ଯୋଗାଯୋଗ ଏବଂ କାର୍ଯ୍ୟକାରିତା, ପରିଚାଳନା, ଦକ୍ଷତା ବୃଦ୍ଧି, ମନିଟରିଂ ଏବଂ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ସକ୍ଷମ କରିବାରେ ଉପଯୋଗ କରାଯିବ । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ପରିସ୍ଥିତିରେ ପରିବର୍ତ୍ତନ ଆଧାରରେ ବିଭିନ୍ନ କାର୍ଯ୍ୟକାରୀ ସଂସ୍ଥା (ଜାତୀୟ ସ୍ବାସ୍ଥ୍ୟ ମିଶନ, କେନ୍ଦ୍ରୀୟ କ୍ରୟ, ରେଳବାଇ, ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗ / ଆଇସିଏମଆର, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର) ମଧ୍ୟରେ ପ୍ୟାକେଜ୍ ସମ୍ବନ୍ଧୀୟ ଉତ୍ସର ବଣ୍ଟନ କରିବାକୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଅନୁମତି ଦିଆଯାଇଛି ।

   Related Posts