ଆସନ୍ତାକାଲି ଆସିବ ଜନଧନ ଖାତାକୁ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ କିସ୍ତିରେ ପୁଣି ୫୦୦, ପଢନ୍ତୁ କିଏ କେବେ ଉଠାଇ ପାରିବେ ଟଙ୍କା

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ, ୦୨|୦୫:  ନୂଆଦିଲ୍ଲୀ, ୦୨୦୫  ଦେଶରେ କରୋନା ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ ପାଇଁ ଦେଶରେ ଲକଡାଉନକୁ ପୁଣି ମେ ୧୭ ଯାଏଁ ବୃଦ୍ଧି କରାଯାଇଛି । ଏହି ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ସୋମବାର ସୋମବାରଠାରୁ ୫୦୦ ଟଙ୍କାର ଦ୍ୱିତୀୟ କିସ୍ତି ଜନଧନ ଆକାଉଣ୍ଟଧାରୀଙ୍କୁ ପ୍ରଦାନ କରିବେ । ମହିଳା ଆକାଉଣ୍ଟଧାରୀଙ୍କୁ ଏହି ଟଙ୍କା ମିଳିବ ।

ସରକାରଙ୍କ ତରଫରୁ ଗରିବଙ୍କ ସାହାଯ୍ୟ ପାଇଁ ଏପ୍ରିଲରୁ ତିନି ମାସ ଯାଏଁ ପ୍ରତ୍ୟେକ ମାସରେ ୫୦୦ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ । କରୋନା ସଙ୍କଟକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ବାବଦରେ ସୂଚନା ଦେଇ ଆର୍ଥିକ ସେବା ସଚିବ ଦେବାଶିଷ୍ ପଣ୍ଡା କହିଛନ୍ତି ଯେ, ଉପଭୋକ୍ତା କେବେ ଏହି ଟଙ୍କା ଉଠାଇ ପାରିବେ ସେନେଇ ତାରିଖ ଘୋଷଣା କରାଯାଇଛି । ଏହି ହିସାବରେ ବ୍ୟାଙ୍କ ଶାଖା ବା ଗ୍ରାହକ ସେବା କେନ୍ଦ୍ର ଯାଇ ଟଙ୍କା ଉଠାଇ ହେବ । ଏହାକୁ ଏଟିଏମରୁ ମଧ୍ୟ ବାହାର କରାଯାଇ ପାରିବ ।

ଦେବାଶିଷ ଆହୁରି କହିଛନ୍ତି ଯେ, ବ୍ୟାଙ୍କ ଶାଖାରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଟଙ୍କା ଉଠାଣ ପାଇଁ ୫ ଦିନ ସମୟ ଧାର୍ଯ୍ୟ ହୋଇଛି । ଏଥିରେ ସାମାଜିକ ଦୂରତାର ନିର୍ଦ୍ଦେଶନାମାକୁ ମଧ୍ୟ ପାଳନ କରାଯାଇ ପାରିବ ।

ଯେଉଁ ମହିଳା ଆକାଉଣ୍ଟଧାରୀଙ୍କ ଖାତାର ଶେଷ ନମ୍ବର ୦ ଓ ୧ ରହିଛି ସେମାନେ ମେ ୪ରେ ଟଙ୍କା ଉଠାଇପାରିବେ ।ଯେଉଁମାନଙ୍କ ଖାତାର ଶେଷ ସଂଖ୍ୟା ୨ ଓ ୩ ସେମାନେ ମେ ୫ରେ ଟଙ୍କା ଉଠାଇବେ । ସେହିପରି ମେ ୬ରେ ଖାତାର ଶେଷ ନମ୍ବର ୪, ୫ ଓ ୮ ତାରିଖରେ ଶେଷ ନମ୍ବର ୬ ଓ ୭ ଥିବା ଆକାଉଣ୍ଟଧାରୀ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ । ଏତତ୍ ବ୍ୟତୀତ ମେ ୧୧ରେ ୮ ଓ ୯ ଶେଷ ଅଙ୍କ ଥିବା ଖାତାଧାରୀମାନେ ଟଙ୍କା ଉଠାଣ କରିପାରିବେ । ତେବେ ୧୧ ମେ ପରେ ନିଜ ସୁବିଧା ଅନୁସାରେ ଟଙ୍କା ଉଠାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.