ପିଆଜ ଚିନ୍ତା ହେବ ଦୂର, ଆମଦାନୀ କରିବେ କେନ୍ଦ୍ର ସରକାର !

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ୮/୧୧: ବର୍ତ୍ତମାନ ସମୟରେ ପିଆଜ ଦର ହୁହୁ ହୋଇ ବୃଦ୍ଧି ପାଉଛି। ଏପରିକି ଭାରତରେ ପିଆଜ ଦର ଆକାର ଛୁଆଁ।  ଖୁଜୁରା ବଜାର ପିଆଜ ଦର ବୃଦ୍ଧି ପାଉଥିବା ବେଳେ ଇରାନ୍‌, ତୁର୍କୀ, ଇଜିପ୍ଟ୍‌ ଓ ଆଫଗାନିସ୍ତାନରୁ ପିଆଜ ଆମଦାନି ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ବଜାରରେ ମିଳୁଥିବା ପିଆଜ ଓ ତାର ମୂଲ୍ୟ ଆକଳନ ନିମନ୍ତେ ମଙ୍ଗଳବାର ଦିନ ବସିଥିବା ଅନ୍ତଃ-ମନ୍ତ୍ରାଳୟ କମିଟି ବୈଠକରେ ଏହା ସ୍ଥିର କରାଯାଇଛି। ବୈଠକ ପରେ ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଲେ ଯେ ତୁରନ୍ତ ଯୋଗାଣ ନିମନ୍ତେ ସରକାର ଅନ୍ୟ ଦେଶମାନଙ୍କରୁ ପିଆଜ ଆମଦାନି କରିବେ।
ସେହି ଅନୁସାରେ, ଭାରତକୁ ପିଆଜ ଯୋଗାଣ ସୁବିଧା କରାଇବା ନିମନ୍ତେ ଆଫଗାନିସ୍ତାନ, ଇଜିପ୍ଟ୍‌,

ତୁର୍କୀ ଏବଂ ଇରାନ୍‌ରେ ଥିବା ଇଣ୍ଡିଆନ୍‌ ମିସନ୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି। ସମୁଦ୍ର ପଥ ଦେଇ ସେମାନେ ତୁରନ୍ତ ୮୦ଟି କଣ୍ଟେନର୍‌ ଏବଂ ପଥ ପରିବର୍ତ୍ତନ କରାଇ ୧୦୦ କଣ୍ଟେନର୍‌ ଭାରତକୁ ପଠାଇବାକୁ ବ୍ୟବସ୍ଥା କରିବାକୁ ସେମାନଙ୍କୁ କୁହାଯାଇଛି। ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ପିଆଜ ସଙ୍କଟ ଉତ୍କଟ ହେବାରୁ ପିଆଜ ଆମଦାନି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।ଏଭଳି ପରିସ୍ଥିତିରେ ପିଆଜ ସଙ୍କଟ ଦୂର ହେବ ବୋଲି କେନ୍ଦ୍ରସରକାର ପ୍ରତିଶ୍ରୁତି ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.