Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସପ୍ତମ ବେତନ କମିଶନ: ପୂଜା ପୂର୍ବରୁ ଏହି କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର…

19/09/2019 at 7:22 PM

ନୂଆଦିଲ୍ଲୀ।୧୯|୯: କେନ୍ଦ୍ରୀୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଦେଶର ୧୨ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି। ରେଳ ବିଭାଗରେ କାର୍ଯ୍ୟରତ ଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ଦେଇଛି। ଏହାସହ ଖୁବ ଶୀଘ୍ର ଡିଏ(DA) ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି।

ଏକ୍ସପର୍ଟଙ୍କ କହିବା ମୁତାବକ,  ଦୂର୍ଗା ପୂଜା ପୂର୍ବରୁ ରେଳ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇପାରେ। କେନ୍ଦ୍ର ସରକାର ଖୁବ ଶୀଘ୍ର ଏ ସଂପର୍କରେ ଘୋଷଣା କରି ପାରନ୍ତି। ଏହାପୂର୍ବରୁ ରେଳ କର୍ମଚାରୀଙ୍କୁ ବୋନସ୍ ଦେବା ବଦଳରେ କେନ୍ଦ୍ର ସରକାର ସେମାନଙ୍କ ଡିଏ ବୃଦ୍ଧି କରିଛନ୍ତି। ଗତ ବର୍ଷ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି  ରେଳ କର୍ମଚାରୀଙ୍କ ଡିଏ ପୂର୍ବ ଘୋଷଣା କରି ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଚଳିତ ଥର ଦୂର୍ଗା ପୂଜା ପୂର୍ବରୁ ରେଳ କର୍ମଚାରୀଙ୍କ ଡିଏ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରି ପାରନ୍ତି। ଡିଏ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେଲେ ରେଳ କର୍ମଚାରୀଙ୍କ ଦରମାରେ ୯ ଶହରୁ ୧୨ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇ ପାରେ। ପ୍ରତି ୬ ମାସରେ ରେଳ କର୍ମଚାରୀଙ୍କ ଏଆଇସିପିଆଇ(AICPI) ଆଧାରରେ ଡିଏ(DA) ବୃଦ୍ଧି କରାଯାଇଥାଏ। ଏବେ ସରକାରୀ କର୍ମଚାରୀଙ୍କ ଡିଏ ୧୨ ପ୍ରତିଶତରେ ରହିଛି।

ରେଳ ବିଭାଗର ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନ ବୋନସ ଦିଆଯାଇଥିଲା। ଅଧିକ କାମ କରୁଥିବା ରେଳ କର୍ମଚାରୀଙ୍କୁ ଅଧିକ ବୋନସ ମିଳିଥାଏ ବୋଲି ରେଳ ୟୁନିୟନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥାଏ। ୧୨ ଲକ୍ଷ ନନ୍‌ ଗାଜେଟେଡ୍‌ ରେଳ କର୍ମଚାରୀଙ୍କୁ ବୋନସ ମିଳିବ।

   Related Posts