ଶ୍ରମିକଙ୍କ ପଳାୟନ: ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଦେଲେ ଷ୍ଟାଟସ୍ ରିପୋର୍ଟ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: ଲକଡାଉନ୍‌ ଘୋଷଣା ପରେ ଶ୍ରମିକଙ୍କ ପଳାୟନ ନେଇ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଦାଖଲ କରିଥିବା ବେଳେ ଶ୍ରମିକଙ୍କ ଅନ୍ତରାଜ୍ୟ ପଳାୟନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା କହିଛନ୍ତି।

{"id":246947,"sizeSlug":"large"}

ମେହେଟା କହିଛନ୍ତି ଯେ ଲକଡାଉନ୍‌କୁ ନେଇ ଶ୍ରମିକଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିବାକୁ ଏବେ ସରକାର ବିଚାର କରୁଛନ୍ତି। ତେବେ ଏଭଳି ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ଆଶ୍ରୟ ସ୍ଥଳ ଖୋଲାଯାଇଥିବା ବେଳେ ୨୨ଲକ୍ଷ ୮୮ ହଜାର ଶ୍ରମିକ ଓ ସେମାନଙ୍କ ପରିବାରକୁ ନିଶୁଳ୍କ ଭୋଜନ ଯୋଗାଇ ଦିଆଯାଉଛି। ଶୁଣାଣି ବେଳେ କୋର୍ଟ ଭାଇରସ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେବନି ଏ ନେଇ ଭ୍ରମ ଅନେକଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଏଣୁ କରୋନା ଭାଇରସ ମହାମାରୀ ନେଇ ଲୋକଙ୍କୁ ରିୟଲ ଟାଇମ ସୂଚନା ପ୍ରଦାନ ନିମନ୍ତେ ୨୪ ଘଣ୍ଟା ମଧ୍ୟରେ ଏକ ପୋର୍ଟାଲ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":246948,"sizeSlug":"large"}

ସେହିପରି ବିଭିନ୍ନ ଆଶ୍ରୟ ସ୍ଥଳରେ ଅବସ୍ଥାନ କରୁଥିବା ଲୋକଙ୍କୁ ଭୂତାଣୁ ସଂକ୍ରମଣ ସମ୍ପର୍କରେ ବାସ୍ତବ ସୂଚନା ପ୍ରଦାନ ଲାଗି ବିଭିନ୍ନ ଧର୍ମ ଓ ସମୂଦାୟର ନେତାଙ୍କ ସହାୟତା ନେବାକୁ ମଧ୍ୟ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ଶ୍ରମିକଙ୍କ ଉପରକୁ ରାସାୟନିକ ମିସା ପାଣି ସିଞ୍ଚନ ନ କରିବାକୁ କୋର୍ଟ ସରକାରଙ୍କୁ ସତର୍କ କରାଇଦେଇଛନ୍ତି। ଏଭଳି ସିଞ୍ଚନ ଲୋକଙ୍କୁ ସଂକ୍ରମଣ ମୁକ୍ତ ରଖିବ ବୈଜ୍ଞାନ ସମ୍ମତ ନୁହେଁ  କି ଉପଯୁକ୍ତ ଉପାୟ ମଧ୍ୟ ନୁହେଁ ବୋଲି କହିଛନ୍ତି। ତେବେ ପ୍ରସଙ୍ଗରେ କୋର୍ଟ କୌଣସି ଆଦେଶ ଅଥବା ନିର୍ଦ୍ଦେଶ ଜାରି କରିବା ଯୁକ୍ତି ସମ୍ମତ ନୁହେଁ ବୋଲି ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.