ନିର୍ଭୟା ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ସରକାର, ବିକଳ୍ପ ନଥିବା ଦୋଷୀଙ୍କୁ ଫାଶୀ ହେଉ

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ୫/୧: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଏକକାଳୀନ  ଫାଶୀ ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର। ଯେଉଁ ଦୋଷୀମାନଙ୍କ ପାଇଁ କୌଣସି ଆଇନଗତ ବିକଳ୍ପ ବାକି ନାହିଁ ସେମାନଙ୍କୁ ଶୀଘ୍ର ଫାଶୀ ଦେବାକୁ ଆବେଦନ କରିଛନ୍ତି ସରକାର। ଫେବୃଆରୀ ୫ ତାରିଖ ବୁଧବାରରେ ପଟିଆଲ ହାଉସ୍‌ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଛନ୍ତି।ତେବେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଉପ-ରାଜ୍ୟପାଳଙ୍କ ଦ୍ବାରା ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ଆପ୍ଲିକେସନ ଦେବା ସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ଅପିଲ୍ କରିଛନ୍ତି।

ତେବେ ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଗତ ରବିବାର ଦିନ କେନ୍ଦ୍ର ସରକାରଙ୍କ ପିଟିସନ୍ ଉପରେ ଦିଲ୍ଲୀ ହାଇକୋର୍ଟ  ବିଶେଷ ଶୁଣାଣି କରିଥିଲେ। ବୁଧବାର ଅର୍ଥାତ ଆଜି ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକସାଙ୍ଗରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ। ଏଥିସହ ଏକ ସପ୍ତାହ ମଧ୍ୟରେ ଆଇନଗତ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ କୋର୍ଟ ୪ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ କୋର୍ଟରେ ନିର୍ଭୟାଙ୍କ ମାଆ ଓ ବାପା ଉପସ୍ଥିତ ଥିଲେ।

ଜଷ୍ଟସ୍‌ ସୁରେଶ କୈତ କହିଛନ୍ତି ଯେ ଦୟା ଯାଚିକା ଦେବା ପାଇଁ ଗୃହମନ୍ତ୍ରାଳୟ ସକ୍ଷମ। ଦିଲ୍ଲୀ କଏଦୀ ନିୟମ ୮୩୪ ଓ ୮୩୬ ରେ ଦୟା ଯାଚିକା ସଂପର୍କରେ ଉଲ୍ଲେଖ ନାହିଁ। ଟ୍ରାଏଲ କୋର୍ଟଙ୍କ ରାୟରେ ସେ ସହମତି ନାହାନ୍ତି। ଏପରି କି ନିୟମରେ ଆବେଦନ ଶବ୍ଦ ଏକ ସାମାନ୍ୟ ଶବ୍ଦ ଯେଉଁଥିରେ ଦୟା ଯାଚିକା ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.