ଅଶ୍ଲୀଳ ଭିଡିଓ ଏବେ ଚ୍ୟାଲେଞ୍ଜ, ରୋକିବାକୁ କେନ୍ଦ୍ର ସରକାରଙ୍କ ବ୍ୟାପକ ଯୋଜନା: ସୋସିଆଲ ମିଡିଆରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିକୁ ଦିଆଯିବ ବ୍ରେକ୍

Published By : Prameya-News7 Bureau | February 05, 2020 IST

ଭୁବନେଶ୍ବର୫/୨: ଅଡୁଆ ବଢାଉଛି ରିଭେଞ୍ଜ ପର୍ଣ୍ଣୋଗ୍ରାଫି ଭିଡିଓ।  ନିଜ ବନ୍ଧୁ ବା ବାନ୍ଧବୀଙ୍କ ସହ ମନୋମାଳିନ୍ୟ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରୁଛନ୍ତି କିଛି ଯୁବକ।  ଆଉ ଏପରି ଘଟଣା ଏବେ ସାରା ଦେଶରେ ବଢି ବଢି ଚାଲିଛି।  ଏମିତି ଘଟଣାକୁ କିପରି ରୋକାଯାଇ ପାରିବ ସେନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ ରାଜ୍ୟ ପୋଲିସ ଭିତରେ ସମନ୍ବୟ ରଖି କାମକରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଲୋକସଭାରେ କହିଛନ୍ତି ଆଇନ ମନ୍ତ୍ରୀ।

{"id":220587,"sizeSlug":"large"}

ଦିନକୁ ଦିନ ବଢୁଛି ପ୍ରତିହିଂସାତ୍ମକ ଅଶ୍ଲୀଳ ଭିଡିଓ ପୋଷ୍ଟ । ଅନ୍ତରଙ୍ଗ ମୁହୂର୍ତ୍ତରେ ସୁଟିଂ ହୋଇଥିବା ଭିଡିଓ ମନୋମାଳିନ୍ୟ ପରେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ସାରା ଦେଶରେ ଏହି ଟ୍ରେଣ୍ଡ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଯାହାକୁ କୁହାଯାଉଛି ରିଭେଞ୍ଜ ପର୍ଣ୍ଣୋଗ୍ରାଫି। ସେ ପ୍ରେମିକ- ପ୍ରେମିକା ହୁଅନ୍ତୁ ବା ସହମତିରେ ସେକ୍ସ କରୁଥିବା ପୁରୁଷ ଓ ମହିଳା।

{"id":220588,"sizeSlug":"large"}

ସେମାନଙ୍କ ଭିତରେ ପରବର୍ତ୍ତୀ ସମୟରେ ସଂପର୍କରେ ଫାଟ ଯୋଗୁ ଅସହିଷ୍ଣୁ ହୋଇ ସେମାନଙ୍କ ଅଶ୍ଲୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିଦେଉଛନ୍ତି। ଯାହାକୁ ନେଇ ସାମାଜିକ ସ୍ଥିତି ଦୋହଲିବା ସହ ପୁରା ବ୍ୟବସ୍ଥା ପ୍ରଶ୍ନଘେରକୁ ଆସୁଛି। ପୋଲିସ କଣ କରୁଛି, କୋର୍ଟ କଣ କରୁଛନ୍ତି ଏବଂ ସରକାର କଣ କରୁଛନ୍ତି ଏଭଳି ଅନେକ ପ୍ରଶ୍ନ ଉଠୁଥିବାରୁ ଏହା ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡୁଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ରାଜ୍ୟ ଓ ରାଜ୍ୟ ପୋଲିସ ଭିତରେ ସମନ୍ବୟ ରଖି କିଭଳି ପ୍ରତିହିଂସାମୂଳକ ଅଶ୍ଲୀଳ ଭିଡିଓ ଭାଇରାଲକୁ ରୋକାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି ବୋଲି ଆଜି ଲୋକସଭାରେ କହିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

{"id":220590,"sizeSlug":"large"}

ରିଭେଞ୍ଜ ପ୍ରର୍ଣ୍ଣୋଗ୍ରାଫି ବା ପ୍ରତିହିଂସାତ୍ମକ ଅଶ୍ଲୀଳ ଭିଡିଓ ଭାଇରାଲ କରି ପଶ୍ଚିମବଙ୍ଗର ଜଣେ ଯୁବକ ୫ ବର୍ଷ ଜେଲ ଦଣ୍ଡ ପାଇଥିଲେ। ଏହାପରେ ରିଭେଞ୍ଜ ପ୍ରର୍ଣ୍ଣୋଗ୍ରାଫିକୁ ନେଇ ଆଇନ କଡ଼ାକଡ଼ି କରିବାକୁ ଦାବି ହୋଇ ଆସୁଛି। ପ୍ରତିଦିନ କେହି ନା କେହି ଝିଅଙ୍କୁ ବ୍ଲାକ୍‌ମେଲ କରିବାକୁ ସୋସିଆଲ ମିଡିଆର ପ୍ରତିହିଂସାମୂଳକ ଅଶ୍ଲୀଳ ଭିଡିଓ ପୋଷ୍ଟ କରୁଛନ୍ତି। ଓଡ଼ିଶାରେ ବି ଏମିତି ଭିଡିଓ ଭାଇରାଲ ହେବାର ଉଦାହରଣ କିଛି କମ୍‌ ନାହିଁ। କିଛି ଦିନ ତଳେ ଖୋର୍ଦ୍ଧା ବେଗୁନିଆର ଜଣେ ଯୁକ୍ତ ଦୁଇ ଛାତ୍ରୀର ଅଶ୍ଲୀଳ ଭିଡିଓ ତାଙ୍କ ବୟଫ୍ରେଣ୍ଡ ଭାଇରାଲ କରିଥିବାନେଇ ଥାନାରେ ଅଭିଯୋଗ ହୋଇଛି। ଏମିତି କି ଅନେକ ଉଦାହରଣ ଅଛି ଯେଉଁଥିରେ ଯୁବତୀ ଆତ୍ମହତ୍ୟାର ବାଟ ଆପଣାଇ ନେଇଛନ୍ତି।

{"id":220591,"sizeSlug":"large"}

କେବଳ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ନୁହେଁ ଚାଇଲ୍ଡ ପର୍ଣ୍ଣଗ୍ରାଫି ବି କିଛି କମ୍‌ ଉଦବେଗ ବଢାଉ ନାହିଁ । ଆମେରିକାର ଏକ ଏନଜିଓ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ୫ ମାସ ଭିତରେ ଭାରତରେ ୨୫ ହଜାର ଚାଇଲ଼୍ଡ ପର୍ଣ୍ଣୋଗ୍ରାଫି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି, ଯାହା ପ୍ରକୃତରେ ଆମ ସଭ୍ୟ ସମାଜ ପାଇଁ ଭୟଙ୍କର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.