ଖୁବଶୀଘ୍ର ଘୋଷଣା ହୋଇପାରେ ତିନି ସେନାର ମୁଖ୍ୟ(CDS)ଙ୍କ ନାମ
24/12/2019 at 2:39 PM

ନୂଆଦିଲ୍ଲୀ ୨୪।୧୨: କେନ୍ଦ୍ର ସରକାର ଖୁବଶୀଘ୍ର ତିନି ସେନାର ମୁଖ୍ୟ , ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ ବା CDSର ମୁଖ୍ୟଙ୍କ ନାମ ଘୋଷଣା କରିପାରନ୍ତି । ସରକାରଙ୍କ ପକ୍ଷରୁ CDS ଗଠନ ନେଇ ଏକ କମିଟି ଗଠନ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି ।
ଚଳିତ ବର୍ଷ ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ ପରେ ଉଦବୋଧନ ଦେଇ CDS ଗଠନ ନେଇ ଘୋଷଣା କରିଥିଲେ । CDS ସିଧା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରିବାର ସୂଚନା ରହିଛି । ସୁରକ୍ଷା ପ୍ରସଙ୍ଗରେ କ୍ୟାବିନେଟ ସୁରକ୍ଷା କମିଟିର ସମ୍ପର୍କରେ ମଧ୍ୟ ରହିବ ।

କଣ ପାଇଁ ଦରକାର ପଡିଲା CDS
କାରଗିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମଧ୍ୟରେ ସମନ୍ବୟର ଅଭାବ ଦେଖାଦେଇଥିଲା । ଯୁଦ୍ଧରେ ବାୟୁସେନାର ବ୍ୟବହାର ନେଇ ଉଭଯ ସେନାବାହିନୀର ମୁଖ୍ୟଙ୍କ ରାୟ ଅଲଗା ଦେଖାଦେଇଥିଲା ।

ସେତେବେଳେ CDS ଗଠନ ନେଇ ସୁପାରିଶ କରାଯାଇଥିଲା । କିନ୍ତୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଥିଲେ । କିଛି ଲୋକ ମଧ୍ୟ ଅଭିଯୋଗ କରିଥିଲେ କି ଜଣେ ବ୍ୟକ୍ତିଙ୍କ ନିକଟରେ କ୍ଷମତା କେନ୍ଦ୍ର ରହିବା ଦ୍ବାରା ସମସ୍ୟା ଦେଖାଦେଇପାରେ । ୨୦୧୫ରେ ପୂର୍ବତନ ରକ୍ଷାମନ୍ତ୍ରୀ ଏହାକୁ ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ତେଣୁ ଦେଶରେ ଭବିଷ୍ୟତରେ ଯଦି ଯୁଦ୍ଧ ପରିସ୍ଥିତି ଦେଖାଦିଏ, ତେବେ ତିନି ସେନା ମଧ୍ୟରେ ସମନ୍ବୟ ରକ୍ଷା ପାଇଁ CDS ନିଯୁକ୍ତ କରାଯିବ । CDSଙ୍କ ନେତୃତ୍ୟ ତିନିସେନା ବାହିନୀ କାର୍ଯ୍ୟ କରିବେ । ଫଳରେ ସେନା ଅଧିକ ସୁଦୃଢ ଓ ପ୍ରଭାବଶାଳୀ ହୋଇପାରିବ ।