IPLକୁ ଭାରତ ସରକାରଙ୍କ ଗ୍ରୀନ୍ ସିଗନାଲ୍, ନଭେମ୍ବର ୧୦ରେ ୟୁଏଇରେ ଫାଇନାଲ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ, ୦୨|୦୮: ଆଇପିଏଲ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏନେଇ ସୂଚନା ମିଳିଛି । ଏବେ ଆଇପିଏଲର ଚୂଡାନ୍ତ ଖେଳସୂଚୀ ପ୍ରସ୍ତୁତ ହୋଇଯାଇଛି । ଏବେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ଯାଏଁ ୟୁଏଇରେ ଖେଳାଯିବ ।

wp:html /wp:html

ଏହାସହ ବିସିସିଆଇ ସ୍ପଷ୍ଟ ଭାବେ କହିଛି ଯେ, ମହିଳା ଆଇପିଏଲ ମଧ୍ୟ ଖେଳାଯିବ । ଆଇପିଏଲର ସମସ୍ତ ପ୍ରଯୋଜକ ସ୍ଥିର ରହିଛନ୍ତି । ଏହାସହ ଏହାର ମୁଖ୍ୟ ସ୍ପନସର୍ ହେବ ଭିଭୋ ।

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୫୩ ଦିନ ଧରି ଚାଲିବ । ଆଇପିଏଲର ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ଏହାର ପ୍ରସାରଣ ଦୀପାବଳି ସପ୍ତାହରେ ଫାଇଦା ଦେବ । ଚଳିତ ବର୍ଷ ୧୦ଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ ।ଚଳିତ ବର୍ଷ ସନ୍ଧ୍ୟା ୭ଟା ୩୦ରୁ ମ୍ୟାଚ୍ ଆରମ୍ଭ ହେବ । ପୂର୍ବାପେକ୍ଷା ୩୦ ମିନିଟ୍ ଆଗରୁ ମ୍ୟାଚ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.