Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

କରୋନା ମୁକାବିଲା : ବିଭିନ୍ନ ରାଜ୍ୟକୁ ଦ୍ୱିତୀୟ କିସ୍ତୀରେ ୮୯୦ କୋଟି ଟଙ୍କା ଜାରୀ କଲେ କେନ୍ଦ୍ର ସରକାର

6/08/2020 at 9:11 PM

ନୂଆଦିଲ୍ଲୀ, ୦୬|୦୮:  ନୂଆଦିଲ୍ଲୀ, ୦୬|୦୮:  ଗୁରୁବାର କେନ୍ଦ୍ର ସରକାର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ-୧୯ର ମୁକାବିଲା ପାଇଁ ଦ୍ୱିତୀୟ କିସ୍ତୀ ଅର୍ଥ ରାଶି ପ୍ରଦାନ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୮୯୦.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଦ୍ୱିତୀୟ କିସ୍ତିରେ ଛତିଶଗଡ, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ, ମଣିପୁର, ମିଜୋରାମ ଓ ସିକ୍କିମକୁ ପ୍ୟାକେଜ୍ ପ୍ରଦାନ କରାଯାଇଛି । ଏହି ଅର୍ଥରେ ପିପିଇ କିଟ୍, ମେଡିକାଲର ବିଭିନ୍ନ ଆନୁସଙ୍ଗିକ ଖର୍ଚ୍ଚ, କୋଭିଡ ହସ୍ପିଟାଲ ପ୍ରତିଷ୍ଠା, ଗ୍ଲୋବସ୍, ମାସ୍କ ଆଦି କ୍ରୟ କରାଯିବ । ଆଇସିୟୁ ପ୍ରତିଷ୍ଠା, କୋଭିଡ ବେଡ୍ ବୃଦ୍ଧି ମଧ୍ୟ ଏଥିରେ ଅନ୍ତର୍ଗତ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ ।

   Related Posts