Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ରହସ୍ୟ ଘେରରେ ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ମୃତ୍ୟୁ…

29/12/2019 at 6:52 PM

ଭୁବନେଶ୍ବର ୨୯୧୨ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଆତ୍ମହତ୍ୟା। ଶନିବାର ବିଳମ୍ବିତ ରାତିରେ ଘର ଭିତରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ କାହିଁକି ଅର୍ଜୁନ ଆତ୍ମହତ୍ୟା କଲେ, ତାର କାରଣ ଏବେବି ଅସ୍ପଷ୍ଟ ହୋଇରହିଛି। ଖଣ୍ଡଗିରି ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

କାହିଁକି ଆତ୍ମହତ୍ୟା କଲେ ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳ?  ଆତ୍ମହତ୍ୟା କରିବା ପଛର କାରଣ କଣ ? ମାନସିକ ସ୍ତରରେ ସେ ଚାପ ଗ୍ରସ୍ତ ହୋଇ ଥିଲେ କି ? ନିଜ ଅଫିସର କାର୍ଯ୍ୟଭାର ଅଧିକ ଥିଲା?  ଆତ୍ମହତ୍ୟା କରିବାକୁ କେହି ବାଧ୍ୟ କରି ନାହାନ୍ତି ତ ? ଅର୍ଜୁନ କୁମାର ଧଳଙ୍କ ଆତ୍ମହତ୍ୟା ପରେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି, ଯାହାକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ତଦନ୍ତ।  ଅର୍ଜୁନ ଧଳ ବରମୁଣ୍ଡା ହାଉସିଂ ବୋର୍ଡ ସ୍ଥିତ ଏଲ- ୩୩୮ ବାସଭବନରେ ପରିବାର ସହ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଧଳଙ୍କ ମୃତଦେହ ଦେଖିଥିଲେ ପରିବାର ଲୋକେ । ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। କାହିଁକି ଅର୍ଜୁନ ଆତ୍ମହତ୍ୟା କଲେ, ସେନେଇ ପରିବାର ଲୋକେ ସ୍ପଷ୍ଟ ଭାବେ କିଛି କହିପାରୁ ନାହାଁନ୍ତି, କରି ନାହାନ୍ତି । ତେବେ ସେ ମାନସିକ ସ୍ତରରେ ବିସାଦଗ୍ରସ୍ତ ରହୁଥିବା ସ୍ବୀକାର କରିଛନ୍ତି।

ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟରତ ଅର୍ଜୁନଙ୍କ ଉପରେ ଅଫିସ ପକ୍ଷରୁ ଚାପ ରହିଥିବା କୁହାଯାଉଛି । ଅବସର ନେବାକୁ ଆଉ ୬ ମାସ ବାକି ଥିବାବେଳେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିବାର ଲୋକଙ୍କ କହିବା କଥା ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଥିଲେ। ଏଥିପାଇଁ ଆବେଦନ ମଧ୍ୟ କରିଥିଲେ। କମିଶନରେଟ୍ ପୋଲିସ ମୃତଦେହ ପୋଷ୍ଟମର୍ଟମ କରି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ହିଁ ଜଣାପଡିବ କାହିଁକି ଆତ୍ମହତ୍ୟା କଲେ ଅର୍ଜୁନ।

   Related Posts