Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କୋଭିଡ୍‌ରେ ସଂକ୍ରମିତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ

21/04/2021 at 4:28 PM

ନୂଆଦିଲ୍ଲୀ, ୨୧/୦୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀ ନିଶଙ୍କ ନିଜେ ଟ୍ୱିଟ୍‌ କରି ଏ ସମ୍ୱନ୍ଧରେ ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍‌ କରି କହିଛନ୍ତି, ମୁଁ ଆପଣଙ୍କୁ ସୂଚିତ କରିଦେବାକୁ ଚାହୁଁଛି ଯେ ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି ।ଡାକ୍ତରଙ୍କ ପରାମର୍ଶ କ୍ରମେ ମୋର ଚିକିତ୍ସା କରାଯାଉଛି । ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ହେବ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସବଧାନତା ଅବଲମ୍ୱନ କରିବା ସହିତ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ଏଥିସହିତ ଶିକ୍ଷା ମନ୍ତ୍ରଣାଳୟ କାମ ମଧ୍ୟ ସାମାନ୍ୟ ଭାବେ ଜାରି ରହିବ ବୋଲି ସୋ କହିଛନ୍ତି ।

କରୋନା ମାମଲା ଦେଶରେ କ୍ଷୀପ୍ରଗତିରେ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ୨୮,୩୯୫ ନୂଆ ମାମଲା ରେକର୍ଡ କରାଯାଇଛି । ତେବେ ଗତ କିଛିଦନ ଭିତରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ, କିରଣ ରିଜ୍ଜୁ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆନନ୍ଦ ଶର୍ମା କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଛନ୍ତି ।   

   Related Posts