କରୋନା ବିରୋଧରେ କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ଆକ୍ସନ ପ୍ଲାନ, ଜୁନ ୨୦ରୁ ପ୍ରତି ଦିନ ହେବ ୧୮୦୦୦ ଟେଷ୍ଟ

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୦୬:  ଦିଲ୍ଲୀରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏଠାରେ ଏବେ ପ୍ରତିଦିନ ୨ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ଥିତି ବିଗିଡିବା ପରେ ଏବେ କେନ୍ଦ୍ର ସରକାର ଦିଲ୍ଲୀରେ କରୋନା ମୁକାବିଲା ଲାଗି ମୋର୍ଚ୍ଚା ସମ୍ଭାଳିଛି। ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଜୁନ ୨୦ରୁ  ଦିଲ୍ଲୀରେ ପ୍ରତିଦିନ ୧୮ ହଜାର କରୋଟା ଟେଷ୍ଟ କରାଯିବ।

ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା କହିଛନ୍ତି ସୋମବାର ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଜୁନ ୨୦ରୁ ପ୍ରତି ଦିନ ୧୮ ହଜାର କୋଭିଡ୍-୧୯ ଟେଷ୍ଟିଂ କରାଯିବ ବୋଲି କହିଛନ୍ତି। ଦିଲ୍ଲୀରେ କରୋନା ଟେଷ୍ଟିଂ ଦାମରେ ୫୦ ପ୍ରତିଶତ ହ୍ରାସ କରିବା ଦାବିକୁ କେନ୍ଦ୍ର ଗୃହ ମନ୍ତ୍ରୀ ସ୍ଵୀକାର କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1272429190424326145","type":"rich","providerNameSlug":"twitter","className":""}
https://twitter.com/ANI/status/1272429190424326145
/wp:core-embed/twitter

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ  ହୋଇ ବଢି ଚାଲିଛି। ଏହାର ମୁକାବିଲା ଲାଗି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନ୍ୟ ରାଜନେତାଙ୍କ ସହିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନିଲ କୁମାର ଓ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ କୁମାର ମଧ୍ୟ ଉପସ୍ଥିତ ଥିଲେ।

ସଞ୍ଜୟ ସିଂହ କହିଛନ୍ତି, କରୋନା ମୁକାବିଲାରେ ରାଜନୀତିକୁ ଅଲଗା ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା କରାଯାଇଛି। ଆଦେଶ ଗୁପ୍ତା କହିଛନ୍ତି କେନ୍ଦ୍ରୀୟ ଟିମ୍‌ ଘରୋଇ ହସ୍ପିଟାଲରେ ଶୁଳ୍କ ଉପରେ ସୀମା ସ୍ଥିର କରିବାକୁ ନେଇ ରିପୋର୍ଟ ଦେବେ ଯାହା ଅନୁଯାୟୀ ମନଇଚ୍ଛା ଶୁଳ୍କ ନେବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ କୁମାର କହିଛନ୍ତି ସେ ଦିଲ୍ଲୀରେ କୋଭିଡ୍-୧୯ର ବଢୁଥିବା ସଂକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ଦାବି କରିଛି ଯେ, ଯେଉଁ ପରିବାର କରୋନାରେ ପ୍ରଭାବିତ କିମ୍ବା ଯେଉଁମାନେ କଣ୍ଟେନମେଣ୍ଟ ଜୋନ୍‌ରେ ଅଛନ୍ତି ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.