Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୨୮ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ମରାମତି କାର୍ଯ୍ୟ

27/10/2021 at 9:48 PM

ତାଳଚେର, ୨୭/୧୦: ଆସନ୍ତା ୨୮ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଳଚେର କୋଲ୍‌ ଫିଲଡ୍‌ସ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ହେଲିକପ୍‌ଟର ଯୋଗେ ହିଙ୍ଗୁଳା ହେଲିପ୍ୟାଡ୍‌ଠାରେ ଅବତରଣ କରିବା ପରେ ତାଳଚେର କୋଲ୍‌ ଫିଲଡ୍‌ସ ଅନ୍ତର୍ଗତ କୋଇଲା ଖଣି ପରିଦର୍ଶନ କରିବେ । ସମସ୍ତ କୋଇଲା ସାଇଡିଂକୁ ଯାଇ କୋଇଲା ପରିବହନ ସମ୍ପର୍କରେ ଅନୁଧ୍ୟାନ କରିବେ ।

ସାରା ଭାରତ ବର୍ଷରେ କୋଇଲା ସଙ୍କଟ ଦେଖାଦେଇଥିବା ଖବର ପ୍ରସାରିତ ହେବା ପରେ ଏହାର ବାସ୍ତବତା ଅନୁଧ୍ୟାନ କରିବେ ମନ୍ତ୍ରୀ ଶ୍ରୀ ଯୋଶୀ । କୋଇଲା ଉତ୍ତୋଳନ, ପରିବହନ ଓ ଷ୍ଟକ୍‌ ସମ୍ପର୍କରେ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି । ପରେ ମନ୍ତ୍ରୀ ଜଗନ୍ନାଥ ହେଲିପ୍ୟାଡ୍‌ଠାରୁ କଣିହାଁ କୋଇଲା ଖଣି ପରିଦର୍ଶନ କରିବେ ।

 କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହ କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଆସୁଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନାଙ୍କ ସମେତ ନିର୍ଦ୍ଦେଶକମଣ୍ଡଳୀ ତାଳଚେରରେ ପହଞ୍ଚିଛନ୍ତି । କୋଇଲା ମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଭିନ୍ନ ରାସ୍ତାକାର୍ଯ୍ୟ ମରାମତି ସହ ସଫେଇ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

   Related Posts