Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଳଚେର

28/10/2021 at 7:20 AM

ଭୁବନେଶ୍ୱର, ୨୮|୧୦: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ପାରାଦୀପଏବଂ ତାଳଚେର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।

ପାରାଦୀପରୁ ପ୍ରହ୍ଲାଦ ଯୋଶୀ ତାଳଚେରରେ କୋଲ୍ ଫିଲଡସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦିନ ସାଢ଼େ ୧୧ଟା ରେ ହେଲିକପ୍ଟର ଯୋଗେ ହିଙ୍ଗୁଳା ହେଲିପ୍ୟାଡରେ ଅବତରଣ କରିବେ। ଏହା ପରେ ତାଳଚେର କୋଲ୍ ଫିଲଡ୍ ସ ଅନ୍ତର୍ଗତ କୋଇଲା ଖଣି ପରିଦର୍ଶନ କରିବେ । ସମସ୍ତ କୋଇଲା ସାଇଡିଂକୁ ଯାଇ କୋଇଲା ପରିବହନ ସମ୍ପର୍କରେ ଅନୁଧ୍ୟାନ କରିବେ । ସାରା ଭାରତ ବର୍ଷରେ କୋଇଲା ସଙ୍କଟ ଦେଖାଦେଇଥିବା ଖବର ପ୍ରସାରିତ ହେବା ପରେ ଏହାର ବାସ୍ତବତା ଅନୁଧ୍ୟାନ କରିବେ ମନ୍ତ୍ରୀ ଯୋଶୀ । କୋଇଲା ଉତ୍ତୋଳନ, ପରିବହନ ଓ ଷ୍ଟକ୍ ସମ୍ପର୍କରେ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । । ପରେ ମନ୍ତ୍ରୀ ଜଗନ୍ନାଥ ହେଲିପ୍ୟାଡ୍ ଠାରୁ କଣିହାଁ କୋଇଲା ଖଣି ପରିଦର୍ଶନ କରିବେ ।

କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନଭେ ଆସୁଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏମ୍.ସି.ଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନାଙ୍କ ସମେତ ନିର୍ଦ୍ଦେଶକମଣ୍ଡଳୀ ତାଳଚେରରେ ପହଞ୍ଚିଛନ୍ତି ।

   Related Posts