କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି: କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା, ୟେସ୍‌ ବ୍ୟାଙ୍କ ପୂନର୍ଗଠନ ଓ କରୋନା ମୁକାବିଲା ଆଲୋଚନା

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ୧୩/୩: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମହଙ୍ଗା ଭର୍ତ୍ତା ( ଡିଏ) ବୃଦ୍ଧି ଉପରେ ଲାଗିଛି ମୋହର। ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ଏହା ବ୍ୟତୀତ ୟେସ୍ ବ୍ୟାଙ୍କର ରି-ଷ୍ଟ୍ରକଚର ବା ପୂନର୍ଗଠନ ପାଇଁ କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରିଛି।

କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ କରୋନା ଭାଇରସ୍‌ର କିପରି ମୁକାବିଲା କରାଯାଇ ପାରିବ, ସେନେଇ ମଧ୍ୟ ସମୀକ୍ଷା କରାଯାଇଛି। କରୋନା ଭାଇରସ୍‌ ମୁକବିଲା ନେଇ ପଦକ୍ଷେପ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ସିଂ କ୍ୟାବିନେଟ୍‌ରେ ତଥ୍ୟ ରଖିଛନ୍ତି। କହିଛନ୍ତି, କରୋନା ମୁକବିଲାରେ ଭାରତ ସବୁଠାରୁ ଆଗରେ ରହିଛି। ଏ ନେଇ ବୈଦେଶିକ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ବାଣିଜ୍ୟ ମନ୍ତ୍ରାଳୟ ଓ ଅର୍ଥ ମନ୍ତ୍ରାଳୟକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି।

ଅନ୍ୟପଟେ କେନ୍ଦ୍ରୀୟ କର୍ମଚାରୀଙ୍କ ସୁବିଧାକୁ ଲକ୍ଷ୍ୟକରି ମହଙ୍ଗ ଭତ୍ତା ବୃଦ୍ଧି ହୋଇଛି। ଗତ କିଛି ମାସ ହେବ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କର୍ମଚାରୀମାନେ ଦାବି କରି ଆସୁଥିଲେ। ତେଣୁ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଚଳିତ ମାର୍ଚ୍ଚ ମାସଠାରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ମହଙ୍ଗା ଭତ୍ତା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.