Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ : ଚାଷୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ଆନ୍ଦୋଳନରୁ ହଟିବେ କି ଚାଷୀ ?

24/01/2021 at 3:09 PM

ନୂଆଦିଲ୍ଲୀ ୨୪/୦୧ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ରେ ବର୍ଷ ୨୦୨୧-୨୨ ପାଇଁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ । ତେବେ ଚଳିତ ବଜେଟ୍‌​‌ରେ କେଉଁ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । କାରଣ କରୋନା ମହାମାରୀ ସମୟରେ ଧୂଳିସାତ୍‌ ହୋଇଯାଇଥିବା ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଚଳିତ ବଜେଟ୍‌ ଚ୍ୟାଲେଞ୍ଜିଂ ହେବ । ଅନ୍ୟପଟେ ୩ ନୂଆ କୃଷି ଆଇନକୁ ବିରୋଧ କରି ଗତ ୫୦ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଥିବା କୃଷକମାନଙ୍କ ପାଇଁ ସରକାରଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ ଗତ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର ପାଇଁ ସ୍ପଷ୍ଟ ଭାବେ ମନାକରିଥିବା ବେଳେ ଆବଶ୍ୟକ ପଡିଲେ ନୂଆ କୃଷି ବିଲ୍‌ରେ ସଂଶୋଧନ ପାଇଁ ରାଜି ଥିବା କହିଛନ୍ତି । ଏହା ସହିତ ଚାଷୀମାନେ ଧାରଣା ପ୍ରତ୍ୟାହାର କରି ନୂଆ କୃଷି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇଛି । ପୂର୍ବରୁ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ୧୧ ଥର ବୈଠକ ହୋଇଥିଲେ ସୁଦ୍ଧା ସମାଧାନର ରାସ୍ତା ବାହାରି ପାରିନାହିଁ ।

ତେବେ ଆସନ୍ତା ଫେବୃୟାରୀ ୧ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ଚଷୀମାନଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ସରକାର । ଉକ୍ତ ବଜେଟ୍‌ରେ ନୂଆ କୃଷି ଆଇନକୁ ଆହୁରି ସୁଦୃଢ କରିବା ପାଇଁ ଅତିରିକ୍ତ ବଜେଟ୍‌ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । କାରଣ ଆନ୍ଦୋଳନ ଜାରି ରହିଥିଲେ ସୁଦ୍ଧା ସରକାର ବାରମ୍ବାର କହିଛନ୍ତି ଯେ, ନୂଆ ୩ଟି କୃଷି ବିଲ ଚାଷୀମାନଙ୍କ ସୁବିଧା ପାଇଁ କରାଯାଇଛି ।

କେନ୍ଦ୍ର ସରକାର କହିବା କଥା ନୂଆ କୃଷି ଆଇନ ଦ୍ବାରା ଚାଷୀମାନଙ୍କ ଆୟ ୨୦୨୨ ସୁଦ୍ଧା ୨ ଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି ଗୃହ ମନ୍ତ୍ରୀ ଅମିତ ଶାହା ସମାନ କଥା ଦୋହରାଇଥିଲେ । ନୂଆ ୩ କୃଷି ଆଇନ ଦ୍ବାରା ଚାଷୀମାନଙ୍କ ଆୟ ଅନେକ ଗୁଣା ବଢିବ ବୋଲି ଶାହା କହିଥିଲେ । ଏହା ସହ ଶାହା କହିଥିଲେ ୨୦୧୩-୧୪ କୃଷି ବଜେଟ୍‌ ୨୧ ହଜାର ୯୦୦ କୋଟି ଟଙ୍କା ଥିଲା । କିନ୍ତୁ ୨୦୨୦-୨୧ରେ କୃଷି ବଜେଟ୍‌କୁ ବୃଦ୍ଧି କରାଯାଇ ୧ ଲକ୍ଷ ୩୪ ହଜାର ୩୯୯ କୋଟି ହୋଇଯାଇଛି ।

କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ମିଳୁଛି । କିନ୍ତୁ ଆସନ୍ତା ବର୍ଷରୁ ଏହାକୁ ବୃଦ୍ଧି କରାଯାଇ ୧୦ ହଜାର ଟଙ୍କା କରାଯିବାକୁ ସରକାର ଯୋଜନା କରୁଛନ୍ତି ।

   Related Posts