ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫।୦୭: CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ CBSE ବୋର୍ଡର ୱେବସାଇଟରେ ଉପଲବ୍ଧ ହୋଇଛି । cbse.nic.in ଏବଂ cbseresults.nic.in , ଏହି ଦୁଇଟି ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଏହି ଦୁଇଟି ଓ୍ୱେବସାଇଟ୍‌ ମାଧ୍ୟରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ପ୍ରାୟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଅନ୍ତ ହୋଇଛି । ବୁଧବାର ଦିନ ରେଜଲ୍ଟ ପ୍ରକାଶ ପାଇବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରୀୱାଲ ମଙ୍ଗଳବାର ଦିନ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ।

wp:html /wp:html

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ୨୦୨୦ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଯଥାକ୍ରମେ cbseresults.nic.in ଏବଂ cbse.nic.in  ଉପଲବ୍ଧ ହୋଇଛି । CBSE ଛାତ୍ରମାନେ ଡିଜିଲକର ଏବଂ UMANG ଆପ୍ ମାଧ୍ୟମରେ ମଧ୍ୟ ସେମାନଙ୍କର ଫଳାଫଳ ଯାଞ୍ଚ ମଧ୍ୟ କରିପାରିବେ | ଏହା ବ୍ୟତୀତ, ଡିଜିଟାଲ ମାର୍କସିଟ୍ ଅନ୍‌ଲାଇନ୍‌ ପୋର୍ଟାଲ୍ digilocker.gov.inରୁ ମଧ୍ୟ ଡାଉନଲୋଡ୍ ହୋଇପାରିବ । ଚଳିତ ବର୍ଷ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୯୩.୩୧ ପ୍ରତିଶତ ଛାତ୍ରୀ ପାସ୍‌ ହୋଇଥିବା ବେଳେ ପୁଅଙ୍କ ପାସ୍‌ହାର ୯୦.୧୪ ପ୍ରତିଶତ ରହିଛି । ତିଭେନ୍ଦ୍ରମ , ଚେନ୍ନାଇ ଓ ବେଙ୍ଗାଲୁର ଶୀର୍ଷ ତିନି ଜୋନ୍‌ରେ ବେଶ୍‌ ଭଲ ଫଳାଫଳ ପ୍ରଦର୍ଶନ ।

ସେହିପରି ସୋମବାର  ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଫଳାଫଳ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ୮୮.୭୮ ପ୍ରତିଶତ ରହିଛି । ଦ୍ୱାଦଶ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶ୍  ଭଲ ପ୍ରଦର୍ଶନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.