କଟକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଊମାଭାରତୀ

Published By : Prameya-News7 Bureau | April 18, 2019 IST

କଟକ୧୮|୪:  କଟକରେ ହୋଇଥିବା ନିର୍ବାଚନୀ ସଭାରେ ଆଜି ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ଓଡିଶାକୁ କେନ୍ଦ୍ର ଅବହେଳା କରିନାହିଁ ବରଂ ଓଡିଶା ସରକାର ସମସ୍ତ କାର୍ଯ୍ୟରେ ଅସହଯୋଗ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉମା ।

wp:core-embed/youtube {"url":"https://www.youtube.com/watch?v=2_wFwsAelh4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=2_wFwsAelh4
/wp:core-embed/youtube {"id":104785}

ଏପରିକି ପୋଲାଭରମ୍ ଏବଂ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡିଶା ସରକାର ଗୁଜବ ପ୍ରଚାର କରିଚନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ । ଆଜି ଚୌଦ୍ବାର କଟକ ବିଧାନସଭା କ୍ଷେତ୍ରରେ ଉମା ଭାରତୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ବେଳେ, ଅଭିଯୋଗର ଏଭଳି ଲମ୍ବା ଫର୍ଦ୍ଦ ପଢିଛନ୍ତି ।

{"id":104786}

ଉମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନଥିଲେ । ସେ କହିଛନ୍ତି ନବୀନ ପଟ୍ଟନାୟକ ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ପରିବାର ସହିତ ସମ୍ପର୍କରେ ଥାଇବି ରାଜ୍ୟ ଶାସନ କରିବାକୁ ଅସମର୍ଥ ।

ସେଥିଲାଗି ଓଡିଆ ଗରୀବ ହୋଇ ରହିଛି, ତେଣୁ ରାଜ୍ୟର ବିକାଶ ତଥା କେନ୍ଦ୍ରରେ ଏକ ମଜବୁତ ସରକାର ଗଠନ କରିବାଲାଗି ବିଜେପିକୁ ଭୋଟ ଦେବା ପାଇଁ ଉମା ଚୌଦ୍ବାର କଟକର ଭୋଟର ମାନଙ୍କୁ ନିବେଦନ କରିଛନ୍ତି……

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.