ଆସିଲା ମୌସୁମୀକୁ ନେଇ ଦୁଃଖଦ ଖବର, ବୃଷ୍ଟିପାତ ହ୍ରାସ ନେଇ ସତର୍କ କଲେ ଆମେରିକୀୟ ଏଜେନ୍ସୀ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୭: ଭାରତ ଉପକୂଳରେ ଚଳିତବର୍ଷ ଲଘୁଚାପ କ୍ଷେତ୍ର (ଏମଏଲପିଏସ୍) ହ୍ରାସ ନେଇ ଆମେରିକାର ଜାତୀୟ ମହାସାଗରୀୟ ବାୟୁ ମଣ୍ଡଳ ପ୍ରଶାସନ (ଏନଓଏଏ) ସୂଚନା ଦେଇଛନ୍ତି।  ମୌସୁମୀ ସମୟରେ ଲଘୁଚାପ ପ୍ରାୟତଃ ବର୍ଷା ଆବଶ୍ୟକତା ପୂରଣ କରେ। ତେବେ ଲଘୁଚାପ ହ୍ରାସ ଯୋଗୁ ଉତ୍ତର ଓ ମଧ୍ୟ ଭାରତୀୟ କ୍ଷେତ୍ରରେ ବର୍ଷା ହ୍ରାସ ହେବ ବୋଲି ଏନଓଏଏଙ୍କ ଅଧ୍ୟୟନରୁ ସ୍ପଷ୍ଟ ହୋଇଯାଇଛି।  

{"id":305422,"width":577,"height":323,"sizeSlug":"large"}

ଭାରତର ଅର୍ଥନୀତି କୃଷି ଆଧାରିତ। ଏଣୁ  ମୌସୁମୀର ସାମାନ୍ୟ ପରିବର୍ତ୍ତନ ଦୀର୍ଘ କାଳ ପର୍ଯ୍ୟନ୍ତ ଦେଶର ସାମାଜିକ ଓ ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଆମେରିକୀୟ ସଂସ୍ଥାନଙ୍କ ରିପୋର୍ଟରୁ ଜଣାପଡିଛି। ସଂସ୍ଥାନ ଶୁକ୍ରବାର ଏହି ରିପୋର୍ଟ ଜାରି କରିଛନ୍ତି। 

{"id":305424,"width":578,"height":418,"sizeSlug":"large"}

ମାନସୁନ ଲୋ ପ୍ରେସର ସିଷ୍ଟମ ଯୋଗୁ ମୌସୁମୀ ଋତୁରେ ଉତ୍ତର ଓ ମଧ୍ୟ ଭାରତରେ ବର୍ଷା ହୋଇଥାଏ। ଏହି କ୍ଷେତ୍ର କୃଷି ଆଧାରିତ ହୋଇଥିବାରୁ ବର୍ଷା ହ୍ରାସ ଲୋକଙ୍କ ଉପାର୍ଜନ ହ୍ରାସର କାରଣ ମଧ୍ୟ ହୋଇପାରେ। ମୌସୁମୀ ଋତୁରେ ଭାରତ ଉପକୂଳରେ ୫ରୁ ୭ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଯାହାର ପ୍ରଭାବରେ ସାରା ଭାରତର ବର୍ଷା ଆବଶ୍ୟକତା ପୂରଣ କରିଥାଏ।

{"id":305426,"width":579,"height":324,"sizeSlug":"large"}

ହେଲେ ଚଳିତ ବର୍ଷ ପାଣିପାଗ ଏମଏଲପିଏସ୍‌କୁ ପ୍ରଭାବିତ କରୁଛି। ଏଣୁ ଲଘୁଚାପ ସୃଷ୍ଟି ହେଲେବି ଉତ୍ତର ଓ ମଧ୍ୟ ଭାରତର ବର୍ଷା ଆବଶ୍ୟକତା ପୂରଣ କରିବାରେ ସାହୟକ ହୋଇ ନ ପାରେ ବୋଲି ବିଦେଶୀ ପାଣିପାଗ ଆକଳନ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ତେବେ ଏଥିଯୋଗୁ ମୌସୁମୀ ପ୍ରଭାବିତ ହେଉ ନଥିବା ବେଳେ ପୂର୍ବ, ପଶ୍ଚିମ ଓ ମଧ୍ୟ ଭାରତରେ ପାଣିପାଗ ଅନୁକୂଳ ରହିବ ବୋଲି ଆକଳନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.