Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆରମ୍ଭ ହେଲା ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ : ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ, ଖର୍ଚ୍ଚ ହେବ ୯୭୧ କୋଟି ଟଙ୍କା

15/01/2021 at 5:37 PM

ନୂଆଦିଲ୍ଲୀ ୧୫/୦୧ : ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ବିଧିବଦ୍ଧଭାବେ ଏହାର ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିର୍ମାଣ କାର୍ଯ୍ୟ ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ଡେଭଲପମେଣ୍ଟ ପ୍ଲାନ୍ ଅନୁଯାୟୀ ହେଉଛି ।

ନୂଆ ସଂସଦ ଭବନର ଆକୃତି ତ୍ରିଭୁଜ ଆକୃତିର ହେବ ଏବଂ ଏହାକୁ ଦେଶର ୭୫ତମ ସ୍ବାଧିନତା ଦିବସ ପୂର୍ବରୁ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୨ରେ ହେବାକୁ ଥିବା ମୌସୁମୀ ଅଧିବେଶନ ନୂଆ ସଂସଦ ଭବନରେ ହେବାକୁ ଯୋଜନା କରାଯାଉଛି । ଟାଟା ପ୍ରୋଜେକ୍ଟ ଲିଃ. ଦ୍ବାରା ହେବାକୁ ଥିବା ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧ କୋଟି ଟଙ୍କା ।

ଏ ନେଇ ଟାଟା ପକ୍ଷରୁ କୁହାଯାଇଛି ଯେ, ନୂତନ ଭବନ ନିର୍ମାଣ କାର୍ଯ୍ୟ ୩୫ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ହିଁ କାର୍ଯ୍ୟ ଶେଷ ହେବ । ଟାଟାର ବ୍ୟବସାୟିକ ୟୁନିଟ୍‌ର ଉପ-ସଭାପତି ସନ୍ଦୀପ ନଭଲାଖେ କହିଛନ୍ତି, ନୂତନ ଭବନ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଉଚ୍ଚ ଦକ୍ଷତା ସମ୍ପନ୍ନ କାରୀଗର ଏବଂ ଆବଶ୍ୟକୀୟ ସରଞ୍ଜାମ କାମରେ ଲାଗିଛନ୍ତି ।

୯୪ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ସଂସଦ ଭବନ ପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ୮୩ ଳକ୍ଷ୍ୟ ଟଙ୍କା । ତେବେ ନୂଆ ସଂସଦ ଭବନ ନିର୍ମାଣ ହେବା ପରେ ପୁରୁଣା ଭବନକୁ ମ୍ୟୁଜିୟମରେ ପରିଣତ କରାଯିବ । ନୂଆ ସଂସଦ ଭବନରେ ଲୋକସଭା ଆସନ ସଂଖ୍ୟା ରହିବ ୮୮୮ ଏବଂ ରାଜ୍ୟସଭା ଆସନ ୩୮୪ ରହିବ । ତେବେ ଉଭୟ ଗୃହର ମିଳିତ ଅଧିବେଶନକୁ ଆଖିଆଗରେ ରଖି ମୋଟ ସିଟ୍‌ ସଂଖ୍ୟା ୧୨୭୨କୁ ବୃଦ୍ଧି କରରାଯିବାକୁ ଲକ୍ଷ୍ୟ ରଖାଯାଇଛି ।  

   Related Posts