Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବଢ଼ିଲା ଓମିକ୍ରନ୍‌ ଭୟ: ଓଡ଼ିଶା ସମେତ ୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

4/12/2021 at 5:55 PM

ନୂଆଦିଲ୍ଲୀ ୦୪/୧୨: ଦେଶରେ ଏବେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଏଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ପ୍ରଥମେ କର୍ଣ୍ଣାଟକ, ପରେ ଶନିବାର ଗୁଜୁରାଟର ଜାମନଗରରୁ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ପରିସ୍ଥିତି ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ନଜର ରଖିଛି। କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ବିପଦକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓଡ଼ିଶା ସମେତ ୬ ରାଜ୍ୟକୁ ଆଲର୍ଟ କରିଛି।

ଏହା ସହ ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ଜାହିର କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। କୋଭିଡ୍‌ ଗାଇଡଲାଇନ୍‌ ପାଳନ ନକଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ମଧ୍ୟ ମନ୍ତ୍ରାଳୟ ଚେତାବନୀ ଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯେଉଁ ୬ ରାଜ୍ୟକୁ ଚିଠି ଲେଖିଯାଇଛି ସେଗୁଡ଼ିକ ହେଉଛି, ଓଡ଼ିଶା, କେରଳ, ଜାମ୍ମୁକାଶ୍ମୀର, ତାମିଲନାଡୁ, କର୍ଣ୍ଣାଟକ ଏବଂ ମିଜୋରାମ। ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, ପଜିଟିଭିଟି ରେଟ୍‌ ଏବଂ ମୃତ୍ୟୁ ହାର ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ବ୍ୟକ୍ତ କରିଛି।

ଏହା ସହ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଏବଂ ଟିକାକରଣ ବୃଦ୍ଧି କରିବାକୁ ଏହି ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ ଅନୁରୂପ ବ୍ୟବହାର ଉପରେ ସରକାର ଦୃଷ୍ଟି ଦେବାକୁ କୁହାଯିବା ସହ କେରଳରେ ବଢ଼ୁଥିବା ମୃତ୍ୟୁ ହାର ଉପରେ ମନ୍ତ୍ରାଳୟ ଚିନ୍ତା ଜାହିର କରିଛି। ଓଡ଼ିଶାର ୬ ଜିଲ୍ଲାରେ ସାପ୍ତାହିକ କରୋନା ମାମଲା ବୃଦ୍ଧି ପାଇଛି। ମିଜୋରାମରେ ୪ ଜିଲ୍ଲାରେ ଓ୍ବିକ୍‌ଲି କେସ୍‌ରେ ବୃଦ୍ଧି ଘଟିଛି। ୧୧ରୁ ୮ ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ରେଟ୍‌ ୧୦ ପ୍ରତିଶତରୁ ଅଧିକ ହୋଇଛି। ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟକୁ ସତର୍କ କରାଇଛନ୍ତି ।

   Related Posts