କମ୍ପାନୀ ଏବଂ ଉଦ୍ୟୋଗ ଆଶ୍ବସ୍ତ : କରୋନା ଲକ୍ ଡାଉନ୍ ବେଳେ କର୍ମଚାରୀଙ୍କୁ ସଂପୂର୍ଣ୍ଣ ବେତନ ପ୍ରଦାନ ନିର୍ଦ୍ଦେଶ ଫେରାଇନେଲେ କେନ୍ଦ୍ର ସରକାର

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୫: କେନ୍ଦ୍ର ସରକାର ଲକ୍ ଡାଉନ୍ ରେ ସଂପୂର୍ଣ୍ଣ ବେତନ ଦେବା ନିର୍ଦ୍ଦେଶରୁ ଓହରି ଯାଇଛନ୍ତି । ଏଭଳି ନିଷ୍ପତ୍ତି ଯୋଗୁଁ କମ୍ପାନୀ ଏବଂ ଉଦ୍ୟୋଗଗୁଡିକୁ ସାମାନ୍ୟ ଆଶ୍ବସ୍ତି ମିଳିବା ନେଇ ଆଶଙ୍କା କରାଯାଉଛି । ଲକ୍ ଡାଉନ୍ କରାଯିବାର କିଛି ଦିନ ପରେ ଗୃହ ସଚିବ ମାର୍ଚ୍ଚ ୨୯ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସମସ୍ତ କମ୍ପାନୀ ଏବଂ ଅନ୍ୟ ଉଦ୍ୟୋଗଗୁଡିକୁ କହିଥିଲେ ଯେ, ସଂସ୍ଥା ବନ୍ଦ ଥିବା ସତ୍ତ୍ବେ ମଧ୍ୟ ମାସ ଶେଷରେ କର୍ମଚାରୀମାନଙ୍କୁ କୌଣସି କାଣ୍ଟଛାଟ୍ ନକରି ସମ୍ପୂର୍ଣ୍ଣ ବେତନ ଦିଅନ୍ତୁ ।

କରୋନା ଭାଇରସ୍ ମହାମାରୀ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ମାର୍ଚ୍ଚ ୨୫ରୁ ଲକ୍ ଡାଉନ୍ ଲାଗୁ କରାଯାଇଛି । ଏହି ଲକ୍ ଡାଉନ୍ ର ସମୟସୀମାକୁ ୩ଥର ବଢାଯାଇସାରିଛି । ଲକ୍ ଡାଉନ୍ ୪.୦ ସୋମବାରଠାରୁ ଆରମ୍ଭ ହୋଇଛି । ଗୃହ ସଚିବ ଅଜୟ କୁମାର ଭଲ୍ଲା ଲକ୍ ଡାଉନ୍ ର ଚତୁର୍ଥ ପର୍ଯ୍ୟାୟକୁ ନେଇ ରବିବାର ଦିନ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.