କରୋନା ସଙ୍କଟ: ଦୂର ହେବ ଦିଲ୍ଲୀର ଟେନସନ୍‌, ଆବଶ୍ୟକତାଠୁ ଅଧିକ ମିଳିବ ଅକ୍ସିଜେନ୍‌

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୬/୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଅକ୍ସିଜେନ୍‌  ଅଭାବରୁ ସଂକ୍ରମିତ ପ୍ରାଣ ହରାଉଛନ୍ତି। ଅକ୍ସିଜେନ୍‌ ଅଭାବ ନେଇ କେଜ୍ରିଓ୍ବାଲ ସରକାର ଚିତ୍କାର କରୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ଅକ୍ସିଜେନ୍‌ ଦିଲ୍ଲୀକୁ ଯୋଗାଇ ଦିଆଯିବ ବୋଲି ମୋଦୀ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପ୍ରତିଦିନ ଦିଲ୍ଲୀକୁ ୭୦୦ ଟନ୍‌ ଅକ୍ସିଜେନ ଦେବ କେନ୍ଦ୍ର। କିନ୍ତୁ ହାଇକୋର୍ଟରେ ଦିଲ୍ଲୀ ସରକାର କହିଥିଲେ ପ୍ରତିଦିନ ୫୫୦ ଟନ୍‌ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। ଏହାର ଅର୍ଥ କେନ୍ଦ୍ର ସରକାର ଦିଲ୍ଲୀକୁ ପାଖାପାଖି ୧୫୦ ଟନ୍‌ ଅଧିକ ଅକ୍ସିଜେନ୍‌ ଯୋଗାଇବେ ।  ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନରେନ୍ଦ୍ର ମୋଦୀଙ୍କୁ ୭୦୦ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ଉପଲବ୍ଧ କରାଇବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।  

wp:embed {"url":"https://twitter.com/AHindinews/status/1390254777041252352","type":"rich","providerNameSlug":"twitter","responsive":true,"className":""}
https://twitter.com/AHindinews/status/1390254777041252352
/wp:embed

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ‘ଦିଲ୍ଲୀକୁ ଦୈନିକ ୭୦୦ ଟନ୍‌ ଅକ୍ସିଜେନ୍‌ ଆବଶ୍ୟକ। ଆମେ କେନ୍ଦ୍ରକୁ ବାରମ୍ବାର ଗୁହାରି କରୁଥିଲୁ ଆମକୁ ଅକ୍ସିଜେନ ଦିଆଯାଉ। କାଲି ପ୍ରଥମ ଥର ଦିଲ୍ଲୀକୁ ୭୩୦ ଟନ୍‌ ଅକ୍ସିଜେନ୍‌ ମିଳିଛି।’  ସେ ଆହୁରି ଲେଖିଛନ୍ତି, ‘ମୁଁ ଦିଲ୍ଲୀବାସୀଙ୍କ ପକ୍ଷରୁ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କୁ ଅନୁରୋଧ କରୁଛି ଅତିକମରେ ଏତିକି ପରିମାଣର ଅକ୍ସିଜେନ ପ୍ରତିଦିନ ଦିଲ୍ଲୀକୁ ଦିଆଯାଉ। ଏଥିରୁ ପରିମାଣ ହ୍ରାସ କରାନଯାଉ। ଏଥିପାଇଁ ପୁରା ଦିଲ୍ଲୀ ଆପଣଙ୍କ ଠାରେ କୃତଜ୍ଞ ରହିବ।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.