୧୬ରୁ ୩୦ ଜୁନ ପର୍ଯ୍ୟନ୍ତ ନିୟମିତ ଅଫିସ ଆସିବେ ଅନୁସଚିବ ଓ ନିମ୍ନ ପାହ୍ୟାର ସବୁ ଅଧିକାରୀ, ଜାରି ହେଲା ନିର୍ଦ୍ଦେଶ

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: କେନ୍ଦ୍ର ସରକାରଙ୍କ କର୍ମଚାରୀ, ଅଭିଯୋଗ ଓ ପେନସନ୍‌ ବିଭାଗ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଅନୁ ସଚିବ (ଅଣ୍ଡରସେକ୍ରେଟାରୀ) ପଦବୀରୁ ଆରମ୍ଭ କରି ନିମ୍ନ ପାହ୍ୟାର ସବୁ ଅଧିକାରୀଙ୍କୁ ଜୁନ ୧୬ରୁ ନିୟମିତ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିରୁ ଗର୍ଭବତୀମହିଳା କର୍ମଚାରୀ ଓ କଣ୍ଟେନମେଣ୍ଟ ଜୋନରେ ରହୁଥିବା କର୍ମଚାରୀଙ୍କୁ ବାଦ ଦିଆଯାଇଛି।

ଜୁନ ୩୦ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମସ୍ତ କାର୍ଯ୍ୟଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଏହି ସମୟରେ କାର୍ଯ୍ୟାଳୟରେ କଡାକଡି କୋଭିଡ କଟକଣା ପାଳନ ଯେପରି ୨ ଗଜ ଦୂରତା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର ଜରୁରି କରାଯାଇଛି। କର୍ମଚାରୀ କାର୍ଯ୍ୟାଳୟ ଆସିଲେବି ଏକାଠି ହୋଇ ଆଳାପ ଆଲୋଚନା କରିବା ଅଥବା ଭିଡ ଜମାଇବା ଉପରେ ବିଭାଗ କଟକଣାଲାଗୁ କରିଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେବା ପରେ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କର୍ମଚାରୀଙ୍କର ଏବେ ବାୟୋମେଟ୍ରିକ ଉପସ୍ଥାନ ଗ୍ରହଣ କରାଯିବନି। କିଛି ସମୟ ପର୍ଯ୍ୟନ୍ତ ରେଜିଷ୍ଟରରେ କର୍ମଚାରୀଙ୍କୁ ସ୍ୱାକ୍ଷର କରି କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ପଡିବ ବୋଲି କୁହାଯାଇଛି।

ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ସେମାନଙ୍କ ସିଫ୍ଟ ଅନୁଯାରେ ଆସିବାକୁ କୁହାଯାଇଛି। ପ୍ରଥମସିଫ୍ଟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ୩୦, ଦ୍ୱିତୀୟ ସିଫ୍ଟ ପୂର୍ବାହ୍ନ ସାଢେ ୯ଟାରୁ ସନ୍ଧ୍ୟା ୬ଟା ଓ ତୃତୀୟ ସିଫ୍ଟ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୬ ପର୍ଯ୍ୟନ୍ତ ନିୟମିତ ଚାଲିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ ରହୁଥିବା କର୍ମଚାରୀ ନିୟମ କୋହଳ ନ ହେବା ପର୍ଯ୍ୟନ୍ତ ଅଫିସକୁ ଆସିବେ ନାହିଁ। ହେଲେଏହି ସମୟରେ ୱାର୍କଫ୍ରମ ହୋମ କରିବେ। ଏଥିଲାଗି ସେତାଙ୍କର ସମସ୍ତ ଇଲେକ୍ଟ୍ରୋନିକ ଯୋଗାଯୋଗ ଉପକରଣରେ ଉପଲବ୍ଧ ରହିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.