'ସୋଆ'ରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ : ନୂଆ ଭାରତ ଲାଗି ନୂଆ ଶିକ୍ଷାନୀତି ସନ୍ଦର୍ଭରେ ଦେବେ ବକ୍ତବ୍ୟ

Published By : Prameya-News7 Bureau | January 06, 2020 IST

ଭୁବନେଶ୍ବର ୬/୧: ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସୋଆ ଅଭିଭାଷଣ ସିରିଜର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ । ଏନେଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

{"id":207572,"sizeSlug":"large"}

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସୋଆ ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ଏକ ସ୍ବତନ୍ତ୍ର ଉତ୍ସବରେ ନୂଆ ଭାରତ ଲାଗି ନୂଆ ଶିକ୍ଷାନୀତି ସନ୍ଦର୍ଭରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମଣ୍ଡଳୀଙ୍କୁ ବକ୍ତବ୍ୟ ପ୍ରଦାନ କରିବେ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ସମୟର ଚିତ୍ରଲିପି ଶୀର୍ଷକ ଏକ ପୁସ୍ତକକୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

{"id":207573,"sizeSlug":"large"}

ଡକ୍ଟର ପୋଖରିୟାଲଙ୍କ ଦ୍ବାରା ଲିଖିତ ଗଳ୍ପଗୁଡିକ ମଧ୍ୟରୁ କିଛି ମନୋନୀତ ଗଳ୍ପକୁ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି । ସୋଆର ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ ସମସ୍ତ ଗଳ୍ପକୁ ଓଡିଆରେ ଅନୁବାଦ କରିଛନ୍ତି । ଅଭିଭାଷଣ କାର୍ଯ୍ୟକ୍ରମ ସମେତ କେନ୍ଦ୍ରମନ୍ତ୍ରୀ ସୋଆ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲକୁ ଉଦଘାଟନ କରିବେ । ଏହା ସହ ଆଇଆଇଟି, ଏନଆଇଟି, ଜେଭିଏସ୍, ଏନଭିଏସ୍ ଅଧିକାରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.