Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଫେସ୍‌ବୁକ୍‌ ଉପରେ ଲାଗିଲା ଖରାପ କଣ୍ଟେଣ୍ଟ୍‌ ପ୍ରସାର କରିବା ଅଭିଯୋଗ, କେନ୍ଦ୍ର ମାଗିଲା ରିପୋର୍ଟ

28/10/2021 at 3:55 PM

ନୂଆଦିଲ୍ଲୀ, ୨୮/୧୦: ଲୋକପ୍ରିୟ ସୋସିଆଲ୍‌ ମିଡିଆ ଆପ୍‌ ଫେସ୍‌ବୁକ୍‌ ଉପରେ ଅଭିଯୋଗ ଆଣିଲେ କେନ୍ଦ୍ର ସରକାର । ପତ୍ର ଲେଖି କମ୍ପାନୀ ବ୍ୟବହାର କରୁଥିବା ଏଲ୍‌ଗୋରିଦମ୍‌ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ୱନ୍ଧୀୟ ସମସ୍ତ ତଥ୍ୟ ସରକାର ମାଗିଛନ୍ତି । ଫେସ୍‌ବୁକ୍‌ର ଅନ୍ତରୀଣ ଦସ୍ତାବିଜରୁ ଜଣାପଡ଼ିଛି ଯେ, କମ୍ପାନୀର ସବୁଠାରୁ ବଡ଼ ବଜାର ଭାରତରେ ବ୍ୟବହାରକାରୀଙ୍କୁ ଭୁଲ୍‌ ସୂଚନା, ଉସ୍‌କାଇବା ଭଳି ଭାଷଣ ଏବଂ ହିଂସା ସୃଷ୍ଟି କରିବା ଭଳି ବର୍ତ୍ତା ବହୁଳ ମାତ୍ରାରେ ପ୍ରସାରିତ ହେଉଛି ।

ଆମେରିକା ଗଣମାଧ୍ୟମ ଅନୁସାରେ, ସୋସିଆଲ୍‌ ମିଡିଆ ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ ଭାରତରେ କିଛି ଗୋଷ୍ଠୀ ଏବଂ ଫେସ୍‌ବୁକ୍‌ ପେଜ୍‌ ରହିଛି ଯାହା ବିଭ୍ରାନ୍ତିକର, ଉତ୍ତେଜକ ତଥା ମୁସଲମାନ ବିରୋଧୀ ବିଷୟବସ୍ତୁ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେଣୁ ଭାରତ ସରକାର କମ୍ପାନୀ ଦ୍ୱାରା ବ୍ୟବହୃତ ଆଲଗୋରିଦମ ଏବଂ ଏହାର ପ୍ରକ୍ରିୟା ବିଷୟରେ ସୂଚନା ମାଗିଛନ୍ତି।

ଏହା ସହିତ ସରକାର ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସୁରକ୍ଷା ସମ୍ୱନ୍ଧୀୟ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ କମ୍ପାନୀକୁ ତଥ୍ୟ ଦେବାକୁ କହିଛନ୍ତି । ଏନେଇ ଫେସ୍‌ବୁକ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ଚଳିତ ବର୍ଷର ଆରମ୍ଭରେ ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ ଦେଶରେ ୫୩ କୋଟି ଲୋକ ହ୍ୱାଟ୍‌ସ୍‌ ଆପ୍‌, ୪୧ କୋଟି ଲୋକ ଫେସ୍‌ବୁକ୍‌ ଏବଂ ୨୧ କୋଟି ଲୋକ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ତେଣୁ ନୂଆକରି ଲାଗୁ ହୋଇଥିବା ଆଇଟି ନିୟମରେ ଫେସ୍‌ବୁକ୍ ଏବଂ ଟ୍ୱିଟର ଭଳି ବଡ଼ ବଡ଼ ସୋସିଆଲ୍‌ ମିଡିଆ ସେବା ପ୍ରଦାନକାରୀ କମ୍ପାନୀ ସେମାନଙ୍କର କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ ।

   Related Posts