ନୂଆଦିଲ୍ଲୀ ୨୯।୦୩: ଲକ୍ଡାଉନ୍ ପରେ ଶ୍ରମିକଙ୍କ ପଳାୟନ ସ୍ଥିତିକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଶ୍ରମିକଙ୍କ ପଳାୟନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଏପସି ଦାୟୀ ବୋଲି କହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଲ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବାହାରୁ ଆସିଥିବା ଲୋକଙ୍କୁ ସୀମାରେ କ୍ୟାମ୍ପ ତିଆରି କରି ରଖାଯାଉ। କାମ କରିବାକୁ ଆସିଥିବା ଶ୍ରମିକଙ୍କ ରହିବା ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ଟଙ୍କା ଦିଆଯାଉ। ଆଦେଶ ଅମ୍ୟାନ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।
{"id":245835,"sizeSlug":"large"}କେନ୍ଦ୍ର ସରକାର କହିଛନ୍ତି ଯେ, ସହରରୁ ପଳାୟନ କରୁଥିବା ଲୋକଙ୍କୁ ହାଇଓ୍ଵେ ଉପରକୁ ଆସିବା ପୂର୍ବରୁ ରୋକାଯାଉ। କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଲାଗୁ କରିଛନ୍ତି। ହେଲେ ସହରରୁ ଶ୍ରମିକଙ୍କ ପଳାୟନ ଏହି ଲକ୍ଡାଉନ୍କୁ ବିଫଳ କରୁଥିବା ଦେଖିବାକୁ ମିଳିଛି। ଶନିବାର ଦିଲ୍ଲୀ ସୀମାବର୍ତ୍ତୀ ଇଲାକାରେ ପଳାୟନ କରୁଥିବା ଶ୍ରମିକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅନେକ ତ ଶହ ଶହ କିଲୋମିଟର ଚାଲି ଗାଁରେ ପହଞ୍ଚିବାକୁ ଅଣ୍ଟା ଭିଡିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ଆରମ୍ଭ ହୋଇ ଯାଇଛି। ବିହାର ସରକାର ପୂର୍ବରୁ କହି ସାରିଛନ୍ତି ଯେ, ବାହାରୁ ଆସୁଥିବା ଲୋକଙ୍କୁ ସୀମାରେ ହିଁ ରୋକା ଯାଉ ଏବଂ ସେଠାରେ ହିଁ ରହିବାର ବନ୍ଦୋବସ୍ତ କରାଯାଉ।
{"id":245836,"width":583,"height":397,"sizeSlug":"large"}କେନ୍ଦ୍ର ସରକାର କହିଛନ୍ତି ଯେ, ଲୋକେ ହାଇଓ୍ଵେ ଉପରକୁ ଯାଆନ୍ତୁ ନାହିଁ, ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ସରକାର ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ଶ୍ରମିକଙ୍କ ରହିବା ଓ ଖାଦ୍ୟର ବ୍ୟବସ୍ଥା କରାଯାଉ। ଯଦି ଏହି ମାରାତ୍ମକ ଭୂତାଣୁ ଗାଁରେ ପହଞ୍ଚିଯାଏ ତେବେ ସ୍ଥିତି ଭୟାବହ ହୋଇପାରେ। ଉଲ୍ଲେଖନୀୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ନିକଟତର ହେଲାଣି। ଏହି ରୋଗରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି।