କରୋନାକୁ ମାତ୍ ଦେବାକୁ ଆଉ ଏକ ପଦକ୍ଷେପ, ଘରକୁ ଘରକୁ ବୁଲି ଦିଆଯିବ ଟିକା

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ ୨୮/୧୦: କରୋନା ମହାମାରୀ ମାତ୍ ଦେବାକୁ ତୟାର କେନ୍ଦ୍ର ସରକାର । ସବୁପ୍ରକାର ପ୍ରସ୍ତୁତି କରିଛନ୍ତି ସରକାର । ଗତ କିଛିଦିନ ମଧ୍ୟରେ ଦେଶରେ ୧୦୦ କୋଟି ଟିକାକରଣ ଅଭିଯାନ କିର୍ତ୍ତୀମାନ ସ୍ଥାପନ ହୋଇଛି । ଆଗକୁ ଏହି ଟିଟାକରଣକୁ ବ୍ୟାପକ କରିବାକୁ ଡୋରୁ ଟୁ ଡୋର ଟିକାକରଣ ଅଭିଯାନ ଆରମ୍ଭ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ଡର ମନସୁଖ ମାଣ୍ଡଭୀୟ ବୁଧବାର ଏହି ଘୋଷଣା କରିଛନ୍ତି ।

wp:html /wp:html

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟକଚର ମିଶନ ଯୋଜନାରୁ ନେଇ ଚର୍ଚ୍ଚା ହେଉଛି । ଏହାସହ ଆପତ୍ତକାଳୀନ କୋଭିଡ-୧୯ ରେସପନ୍ସ ପ୍ୟାକେଜ୍ ଉପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି COVID-19 ଟୀକାକରଣ, କୋଭିଡ ପରିଚାଳନା ଏବଂ ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ବିଷୟରେ ଏକ ଫଳପ୍ରଦ ଆଲୋଚନା ହୋଇଥିଲା । ଆସନ୍ତା ମାସରୁ ଏହା କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.