ଇ-ଚାଲାନକୁ ନେଇ କେନ୍ଦ୍ର ବଦଳାଇଲା ନିୟମ ! ରାସ୍ତାରେ ଗାଡି ଅଟକାଇ ଯାଞ୍ଚ ହେବ ନାହିଁ କାଗଜପତ୍ର

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮।୦୯: କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ  ନିକଟରେ କେନ୍ଦ୍ର ମୋଟର ଯାନ ନିୟମ ୧୯୮୯ରେ ଅନେକ ପ୍ରକାରର ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ପକ୍ଷରୁ ଜାରି ଅଧିସୂଚନାର ନୂତନ ନିୟମ ୨୦୨୦ ଅକ୍ଟୋବର ୧ରୁ ଲାଗୁ ହେବାକୁ ଯାଉଛି। ମନ୍ତ୍ରଣାଳୟ ଅନୁଯାୟୀ ଆଇଟି ସର୍ଭିସେସ୍‌ ଓ ଇଲେକ୍ଟ୍ରୋନିକ୍ସ ମନିଟରିଂ ଜରିଆରେ ଟ୍ରାଫିକ ନିୟମକୁ  ଉନ୍ନତ ପ୍ରକ୍ରିୟାରେ ପୂରା ଦେଶରେ ଲାଗୁ କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ଏବେ କୌଣସି ପ୍ରକାରର ଗାଡିକୁ କେବଳ ଡକ୍ୟୁମେଣ୍ଟ ଚେକ୍‌ କରିବା ନାମରେ ରାସ୍ତାରେ ଅଟକାଯାଇ ପାରିବ ନାହିଁ। ଏଥିରେ ଲୋକଙ୍କୁ ସଡକରେ ଅଟକାଇ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ସମସ୍ୟା ଏବଂ ଲଜ୍ଜିତ ହେବାରୁ ଆଶ୍ଵସ୍ତି ମିଳିବ।

ନୂତନ ନିୟମ ଅନୁଯାୟୀ ଯଦି କୌଣସି ଗାଡିର ଡକ୍ୟୁମେଣ୍ଟ କମ ଥିବା କିମ୍ବା ଅଧୁରା ଥିବା ତେବେ ଉକ୍ତ ମାଲିକଙ୍କ ରେଜିଷ୍ଟ୍ରେସନ ନମ୍ବର ଜରିଆରେ ଦସ୍ତାବିଜର ଇ-ଭେରିଫିକେସନ ହେବ ଓ ଇ-ଚାଲାନ ପଠାଇ ଦିଆଯିବ। ଅର୍ଥାତ ଏବେ ଗାଡିର ଯାଞ୍ଚ ପାଇଁ କାଗଜପତ୍ର ଦେବାକୁ ପଡିବ ନାହିଁ। ଏବେ ପ୍ରଶ୍ନ ଉଠୁଛି ଯଦି ଯାନର ଫିଜିକାଲ କାଗଜପତ୍ର ଯାଞ୍ଚ ହେବ ନାହିଁ ତେବେ କେମିତ ଜଣା ପଡିବ ସେହି ଗାଡିର କୌଣସି ବି ଡକ୍ୟୁମେଣ୍ଟ ବୈଧ ଅଛି କି ନାହିଁ।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଲାଇସେସିଂ ଅଥରିଟି ପକ୍ଷରୁ ଅଯୋଗ୍ୟ କିମ୍ବା ବାତିଲ ଡ୍ରାଇଭିଂ ଲାଇସେନ୍ସର ତଥ୍ୟ ପୋର୍ଟାଲରେ ରେକର୍ଡ କରାଯିବ। ଏହାକୁ ସମୟ ସମୟରେ ଅପଡେଟ୍ କରାଯିବ। ଏହି ଅପଟେଡେଟ୍ ଡାଟା ପୋର୍ଟାଲରେ ଦେଖାଯିବ। ଯଦି ପ୍ରବର୍ତ୍ତନ ଅଧିକାରୀଙ୍କ ତରଫରୁ ଇଲେକ୍ଟ୍ରୋନିକ ସାଧନ ଜରିଆରେ ଦସ୍ତାବିଜର ସମସ୍ତ ସୂଚନା ବୈଧ ଥିବ ତେବେ ଯାଞ୍ଚ ପାଇଁ ଫିଜିକାଲ ଡକ୍ୟୁମେଣ୍ଟ ଦାବି କରାଯିବ ନାହିଁ। ଏଥିରେ ସେହି ମାମଲା ମଧ୍ୟ ସାମିଲ ହେବ, ଯେଉଁଠି ଡ୍ରାଇଭର କୌଣସି ନିୟମ ଉଲ୍ଲଂଘନ କରିଥିବେ ଏବଂ ଲାଇସେନ୍ସ ଜବତ ହେବାର ଥିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଅନୁଯାୟୀ, ଗାଡି ମାଲିକଙ୍କୁ ନିଜର କାଗଜପତ୍ର ଇଲେକ୍ଟ୍ରୋନିକ୍ସ ଫର୍ମରେ ଦେବାକୁ  ପଡିବ ଯଦ୍ଵାରା ରାସ୍ତାରେ ଗାଡି କାଗଜପତ୍ର ଯାଞ୍ଚରୁ ତ୍ରାହି ମିଳିବ। ସରଳ ଭାଷାରେ କହିବାକୁ ଗଲେ ଲାଇସେନ୍ସ, ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ପରି ଜରୁରୀ କାଗଜପତ୍ରକୁ ସରକାରଙ୍କ ଦ୍ଵାରା ସଞ୍ଚାଳିତ ଓ୍ଵେବ୍ ପୋର୍ଟାଲରେ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.