Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ସମାଲୋଚନା ପରେ ତତ୍ପରତା, ରାଜ୍ୟକୁ ଅକ୍ସିଜେନ୍‌ ଅଭାବରୁ ହୋଇଥିବା ମୃତ୍ୟୁର ତଥ୍ୟ ମାଗିଲା କେନ୍ଦ୍ର

27/07/2021 at 9:37 PM

ନୂଆଦିଲ୍ଲୀ ୨୭/୭: ଅକ୍ସିଜେନ୍‌ ଅଭାବ ଜନିତ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଏନେଇ ରାଜ୍ୟଗୁଡ଼ିକୁ ଚିଠି ଆସିଛି। ରାଜ୍ୟ ପକ୍ଷରୁ ତଥ୍ୟ ମିଳିବା ପ​‌ରେ ଏହାକୁ ୧୩ ଅଗଷ୍ଟ ପୂର୍ବରୁ ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯାଇପାରେ । ଦେଶରେ କରୋନାର ଦ୍ବିତୀୟ ଳହର ସମୟରେ ଅକ୍ସିଜେନ ଅଭାବରୁ କୌଣସି ମୃତ୍ୟୁ ନେଇ ରାଜ୍ୟ ପକ୍ଷରୁ ତଥ୍ୟ ନମିଳିବା ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ ସରକାର।

ଆମ ଆଦମୀ ପାର୍ଟି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଏନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ମଙ୍ଗଳବାର ରାଜ୍ୟ ସଭାରେ ଲିଖିତ ଜବାବ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର କହିଛନ୍ତି, ସ୍ବାସ୍ଥ୍ୟ ରାଜ୍ୟର ପ୍ରସଙ୍ଗ ଏବଂ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କୁ କରୋନା ମାମଲା ଏବଂ ମୃତ୍ୟୁ ସଂଖ୍ୟା ନେଇ ସୂଚନା ଦେଇଥାନ୍ତି। କିନ୍ତୁ ରାଜ୍ୟଗୁଡ଼ିକ ଅକ୍ସିଜେନ ଅଭାବରେ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ବିଶେଷ ସୂଚନା ଦେଇନାହାନ୍ତି।

ସେପଟେ ରାଜ୍ୟ ସରକାରଙ୍କୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ରେଷ୍ଟିଷ୍ଟର କରିବା ଏବଂ ସଠିକ୍‌ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ କହିଥିବା ନେଇ ସଂସଦରେ କହିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହା ରାଜ୍ୟର ଦାୟିତ୍ବ । ରାଜ୍ୟ ଦେଉଥିବା ଡାଟା କେନ୍ଦ୍ର ବିଶ୍ଳେଷଣ କରେ। କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଏମିତି ବୋଲି ସେ କହିଥିଲେ ।

   Related Posts