Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ

19/06/2021 at 10:55 PM

ନୂଆଦିଲ୍ଲୀ ୧୯/୬: କରୋନା ଯୋଦ୍ଧା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଆଉ ବରଦାସ୍ତ କରାଯିବ ନାହିଁ। ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି କେନ୍ଦ୍ର।

ଏନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି । ଏହା ସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କିମ୍ବା ଧମକ ଦେବା ଭଳି ଘଟଣା ସେମାନଙ୍କ ମନୋବଳ ଦୁର୍ବଳ କରିପାରେ। ସେମାନେ ନିଜକୁ ଅସୁରକ୍ଷିତ ମନେ କରିପାରନ୍ତି। ସେଥି ପାଇଁ ସ୍ବାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହେବା ସହିତ ବ୍ୟବସ୍ଥା ଉପରେ ପ୍ରତିକୁଳ ପ୍ରଭାବ ପଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗୁରୁତର ସହ ନେବା ସହିତ ଘଟଣାର ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଚିଠିରେ କୁହାଯାଇଛି। ଏଥିସହିତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ଆହୁରି ମଧ୍ୟ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ଚାହିଁଲେ ନିଜ ହିସାବରେ ମହାମାରୀ ସଂଶୋଧନ ନିୟମ ୨୦୨୦କୁ ଲାଗୁ କରିପାରିବେ।

ଏହି ଆଇନ୍‌ ଅନୁସାରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଅଭିଯୁକ୍ତଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲଦଣ୍ଡ ସହିତ ଦୁଇ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ । ଏହାକୁ ନେଇ ପ୍ରତିଶୋଧପରାୟଣ ହୋଇ ଯଦି କୌଣସି ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୀର ଗୁରୁତର କ୍ଷତି କରେ ତେବେ ଦୋଷୀକୁ ୭ ବର୍ଷ ଜେଲ୍ ଦଣ୍ଡ ସହିତ ୫ ଲକ୍ଷ ଜରିମାନା କରାଯିବ। ଏଭଳି ଅପରାଧୀକୁ ଜାମିନ ମଧ୍ୟ ମିଳିପାରିବ ନାହିଁ।

   Related Posts