Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବଲିଉଡର ଏହି ୭ଟି ଆଡଲ୍ଟ ଫିଲ୍ମକୁ ସେନସର ବୋର୍ଡ଼ କରିଥିଲା ବ୍ୟାନ୍ : ଏବେ ୟୁଟୁବରେ କରୁଛି ଧମାଲ୍

18/01/2019 at 3:36 PM

ମୁମ୍ବାଇ ୧୮/୧: ଯେକୌଣସି ଫିଲ୍ମକୁ ସେନସର ବୋର୍ଡ ସ୍ବୀକୃତି ନଦେଲେ ତାହା ସିନେମା ହଲରେ ମୁକ୍ତିଲାଭ କରିପାରିବ ନାହିଁ । ଫିଲ୍ମକୁ ଦେଖିବା ପରେ ସେନସର ବୋର୍ଡ଼ ନିର୍ଣ୍ଣୟ ନେଇଥାଏ ଏହି ଫିଲ୍ମ ଦର୍ଶକଙ୍କୁ ଦେଖାଇବା ଯୋଗ୍ୟ କି ନାହିଁ। ଅଧିକାଂଶ ସମୟ ସେନସର ବୋର୍ଡ଼ ଫିଲ୍ମର କେତେକ ଦୃଶ୍ୟକୁ ବାଦ୍ ଦେଇଥାଏ। ଏହା ପରେ ଫିଲ୍ମ ଥିଏଟରକୁ ପହଞ୍ଚିଥାଏ। ଭାରତରେ କିଛି ଏପରି ଫିଲ୍ମ ମଧ୍ୟ ହୋଇଛି ଯାହାକୁ ସେନସର୍ ବୋର୍ଡ଼ ବ୍ୟାନ୍ କରିଥିଲା। ଆଜି ଆମେ ଜାଣିବା ଏହି ଫିଲ୍ମଗୁଡ଼ିକ ବିଷୟରେ

୧.ବଣ୍ଡିଟ୍ କୁଇନ୍- ଫିଲ୍ମ ବଣ୍ଡିଟ୍ କୁଇନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏହି ଫିଲ୍ମରେ ଜଣେ ନିର୍ଯାତିତା ମହିଳା ଯୌନ ଶୋଷଣର ଶିକାର ହେବା ପରେ କିଭଳି ପ୍ରତିହିଂସା ପରାୟଣ ହୋଇଛି ତାହା ଦେଖାଯାଇଛି । ଏହି ଫିଲ୍ମରେ ସିମା ବିଶ୍ବାସ ଗୋଟିଏ ଦୃଶ୍ୟରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଁ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା । ଫିଲ୍ମର ଏହି ଦୃଶ୍ୟକୁ ନେଇ ସେତେବେଳେ ସେନସ୍ସର ବୋର୍ଡ ଆପତ୍ତି ଉଠାଇଥିଲେ । ତେବେ ଏସ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ସହିତ ଏଭଳି ଦୃଶ୍ୟ ଅଙ୍ଗାଙ୍ଗିଭାବେ ଜଡିତ ହୋଇଥିବାରୁ ପରବର୍ତ୍ତି ସମୟରେ ବୋର୍ଡ ଏହି ଦୃଶ୍ୟକୁ ମଧ୍ୟ ସ୍ବୀକୃତୀ ଦେଇଥିଲେ ।  

୨.ୟୁଆରଏଫ ପ୍ରଫେସର: ଏହି ଫିଲ୍ମରେ ଶରମନ ଜୋଶୀ,ମନୋଜ ପାହଓ୍ବା ଏବଂ ଅନନ୍ତ ମାଲି ଅଭିନୟ କରିଥିଲେ। ଯେତେବେଳେ ଏହି ଫିଲ୍ମକୁ ସେନସର ବୋର୍ଡ଼ ପାଖକୁ ପଠାଯାଇଥିଲା ଏହି ଫିଲ୍ମରେ ବୋଲ୍ଡ ଦୃଶ୍ୟ ଥିବାରୁ ସେନସର୍ ବୋର୍ଡ଼ ଏହାକୁ ପାସ୍ କରିନଥିଲା।

୩. ପାଞ୍ଚ : ଏହା ଏକ ବିବାଦୀୟ ଫିଲ୍ମ ଥିଲା ଏବଂ ସେନସର ବୋର୍ଡ଼ ଏହି ଫିଲ୍ମର ଅନେକ ଗୁଡ଼ିଏ ଦୃଶ୍ୟକୁ କାଟିବା ପରେ ହଲରେ ଚଲାଇଥିଲା କିନ୍ତୁ ଅତ୍ୟଧିକ ବୋଲ୍ଡ ଦୃଶ୍ୟ ରହିଥିବାରୁ ଏବଂ ଅତ୍ୟଧିକ ହିଂସାତ୍ମକ ହେବା କାରଣରୁ ଏହି ପିଲ୍ମକୁ ଦର୍ଶକଙ୍କୁ ଦେଖାଯାଇପାରିଲା ନାହିଁ। ଏହି ଫିଲ୍ମର ପ୍ରଯୋଜକ ଅନୁରାଗ କଶ୍ୟପ ଥିଲେ।

୪. ଦ ପେଣ୍ଟେଡ୍ ହାଉସ୍: ସେନସର ବୋର୍ଡ଼ ଏହି ଫିଲ୍ମକୁ ସମାଜ ଏବଂ ଭାରତୀୟ ସଂସ୍କୃତି ବିରୋଧୀ ଫିଲ୍ମ ବୋଲି ଦର୍ଶାଇଥିଲା। ଏହି ଫିଲ୍ମରେ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ସମ୍ବନ୍ଧକୁ ଦେଖାଯାଇଛି। ଏହି ଫିଲ୍ମ ୨୦୧୫ରେ ରିଳିଜ ହେବାକୁ ଥିଲା।

୫. ସିନ୍ସ: ଏହି ଫିଲ୍ମ ଜଣେ ପାଦ୍ରୀ ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଆଧାରିତ ଥିଲା। ଏହି ଫିଲ୍ମକୁ କେବଳ ୟୁଟୁବରେ ରିଲିଜ କରାଯାଇଥିଲା କାରଣ ଏହି ଫିଲ୍ମରେ ସୀମା ବାହାରେ ବୋଲ୍ଡ ସିନ୍ ରହିଥିଲା। ସେନସର ବୋର୍ଡ଼ ଏହି ଫିଲ୍ମକୁ ପସନ୍ଦ କରିନଥିଲା।

୬. କାମସୂତ୍ର ୩ଡି: ଏହି ଫିଲ୍ମରେ ଅତ୍ୟଧିକ ବୋଲ୍ଡ ଦୃଶ୍ୟ ରହିଥିଲା ଯେଉଁଥିପାଇଁ ସେନସର ବୋର୍ଡ଼ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରିଥିଲା। ୟୁଟୁବରେ ଏହି ଫିଲ୍ମରେ ବହୁତ ଥର ଦେଖାଯାଇଛି।

୭. ଅନଫ୍ରିଡମ୍: ଏହି ଫିଲ୍ମ ଭାରତୀୟ ସଂସ୍କୃତିକୁ କୁଠାରଘାତ କରିଥିଲା। କାରଣ ଏଥିରେ ଦୁଇଜଣ ଝିଅଙ୍କ ମଧ୍ୟରେ ରହିଥିବା ସମଲିଂଗୀ ସମ୍ପର୍କର ଦୃଶ୍ୟ ରହିଛି । ଏହି ସମ୍ବେଦନଶୀଳତାରେ ଭରି ରହିଥିବା ଫିଲ୍ମକୁ ସେନସର ବୋର୍ଡ଼ ସବୁଜ ସଙ୍କେତ ଦେଇନଥିଲା। ଏହା ପରେ ଏହି ଫିଲ୍ମକୁ ୟୁଟୁବରେ ରିଲିଜ କରାଯାଇଥିଲା। ତେବେ ଏଭଳି ଦୃଶ୍ୟ ରହିଥିବା ଦ ଫାୟାରକୁ କିନ୍ତୁ ଆଗରୁ ସେନସ୍ସର ବୋର୍ଡ ସ୍ବୀକୃତି ଦେଇଥିଲା ।    

   Related Posts