କଳିଙ୍ଗା ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ଆହତ
29/11/2020 at 11:07 PM

ଭଞ୍ଜନଗର ୨୮/୧୧: ପୁଣି ଭଞ୍ଜନଗର କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଟ୍ରକ୍ଟି ଓଲଟି ପଡ଼ିବାରୁ ଡ୍ରାଇଭର ଆହତ ହୋଇଛନ୍ତି। ଆହତ ଡ୍ରାଇଭରଙ୍କ ନାଁ ସୁଶାନ୍ତ ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଟ୍ରକ୍ଟି ଛତିଶଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସୂଚନା ମିଳିଛି।