Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ପଶ୍ଚିମବଙ୍ଗରେ ସେଲିବ୍ରିଟିଙ୍କ ସାହାରାରେ ନେତା: ଟିଏମସି, ବିଜେପିରେ ସାମିଲ ହେଉଛନ୍ତି ବଡ ବଡ କଳାକାର

4/03/2021 at 1:28 PM

କୋଲକାତା ୦୪/୦୩ : ପଶ୍ଚିମବଙ୍ଗ ନିର୍ବାଚନରେ କଳାକାର ବଡ ଭୂମିକା ଗ୍ରହଣ କରିପାରନ୍ତି। ଶାସନାଧୀନ ତୃଣମୂଳ କଂଗ୍ରେସ ଓ ଗାଦି ପାଇଁ ସଂଘର୍ଷ କରୁଥିବା ଅନ୍ୟ ରାଜନୈତିକ ଦଳର ନେତାଙ୍କ ଛଡା ଫିଲ୍ମ କଳାକାର ମଧ୍ୟ ସାମିଲ ହୋଇପାରନ୍ତି। ତମାମ ଦଳ ସହ ବାମ ଦଳ ମଧ୍ୟ ପଛରେ ନାହିଁ। ଗତ ସପ୍ତାହରେ କଞ୍ଚନ ମଲ୍ଲିକ, ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀଙ୍କ ସମେତ ଫିଲ୍ମ ଜଗତର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ସୁତାପା ମୁଖାର୍ଜୀ, ମିନାକ୍ଷୀ ଘୋଷଙ୍କ ଭଳି କଳାକାର ବିଜେପିରେ ସାମିଲ ହୋଇଛନ୍ତି। 

ଗତ କିଛି ସପ୍ତାହ ହେଲା ଟିଏମସି ସଦସ୍ୟ ବିଦ୍ରୋହ ପରିସ୍ଥିତି ସାମ୍ନା କରୁଛନ୍ତି। ଅନେକ ବଡ ନେତା ଦଳ ଛାଡି ଦେଇଛନ୍ତି। ରାଜ୍ୟର କିଛି ବଡ ବଡ ସେଲିବ୍ରିଟି ଟିଏମସିରେ ସାମିଲ ହୋଇଛନ୍ତି। ରାଜ୍ୟସଭା ନେତା ଡେରେକ୍ ଓବ୍ରାୟନ ନୂଆ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏଥିପାଇଁ ଏକ କାର୍ଯ୍ୟଶାଳା ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟଶାଳାରେ ନୂଆ ସଦସ୍ୟଙ୍କୁ ଦଳ ତରଫରୁ ଏକ ବହି ଦିଆଯାଇଛି। ଏହି ବହିରେ ଯୋଜନା ସମ୍ବନ୍ଧରେ ସୂଚନା ଦିଆଯାଇଛି। ଏହି ବହିକୁ ଭଲ ଭାବେ ପଢି ମତଦାତାଙ୍କ ସହ ମିଶି ଦଳର ସମର୍ଥନ ପାଇବାକୁ ଆଦେଶ ଦିଆଯାଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଅନ୍ୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହମଲା ନ କରିବାକୁ ସଦସ୍ୟଙ୍କୁ କୁହାଯାଇଥିଲା।

ଅପରପକ୍ଷରେ ଅଭିନେତା ୟଶ ଦାସଗୁପ୍ତା, ସୌମଲି ଘୋଷ ବିଶ୍ୱାସ, ପାପିଆ ଅଧିକାରୀ, ମୀନାକ୍ଷୀ ଘୋଷ, ସୁତାପା ମୁଖାର୍ଜୀ, ତ୍ରାମିଲା ଭଟ୍ଟାଚାର୍ଯ୍ୟ, ମଲ୍ଲିକା ବାନାର୍ଜୀ, ନିର୍ଦ୍ଦେଶକ ରାଜ ମୁଖାର୍ଜୀ, ନିର୍ମାତା-ନିର୍ଦ୍ଦେଶକ ଅତନୁ ରୟ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସୁଭାୟୁ ବେଡୋଗୋ ବିଜେପିରେ ଯୋଗ ଦେଇଛନ୍ତି। ଅଭିନେତା ହିରେନ ଚାଟାର୍ଜୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

   Related Posts