Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଲକଡାଉନରେ ଏହି ସେଲିବ୍ରିଟିମାନେ ଦେଇଛନ୍ତି ଗୁଡନ୍ୟୁଜ୍ : ଖାସ୍ ଅନ୍ଦାଜରେ କଲେ ସେୟାର

3/06/2020 at 11:54 AM

ମୁମ୍ବାଇ ୩/୬: ଲକଡାଉନ୍ କେତେକଙ୍କ ପାଇଁ ଖରାପ ସ୍ବପ୍ନ ଭଳି ହୋଇଥିବାବେଳେ କେତେକ କପଲଙ୍କ ପାଇଁ ତାଙ୍କ ବେଷ୍ଟ ଟାଇମ୍। ଏହି ଲକଡାଉନରେ ବଲିଉଡ ଏବଂ ଟେଲିଭିଜନ୍ ଜଗତର ଅନେକ ସେଲିବ୍ରିଟି ପ୍ୟାରେଣ୍ଟସ୍ ହେବାକୁ ଯାଉଛନ୍ତି। କେତେକ କପଲ୍ ନିଜ ଘରେ ନୂଆ ଅତିଥିଙ୍କୁ ସ୍ବାଗତ କରିଥିବାବେଳେ କେତେ ଜଣ ଲକଡାଉନରେ ପ୍ୟାରେଣ୍ଟସ ହେବାର ଘୋଷଣା କରିଛନ୍ତି। ନିକଟରେ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାବୀପତ୍ନୀ ନତାଶା ଷ୍ଟାଙ୍କୋଭିକ୍ ଫ୍ୟାନ୍ସଙ୍କ ସହ ନୂଆ ଅତିଥି ଆସିବାର ଘୋଷଣା କରିଛନ୍ତି।

୧. ସୁମିତ ଭ୍ୟାସ- ଏକତା କୌଲ : ଟିଭି ସେଲିବ୍ରିଟି ସୁମିତ ଭ୍ୟାସ ଏବଂ ଏକତା କୌଲ ଅପ୍ରେଲ୍ ୫ତାରିଖରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରେଗନେନ୍ସି ଆନାଉନ୍ସ କରିଥିଲେ। ପ୍ରେଗନେନ୍ସିର ଖବର ଦେବା ପରେ ଏକତା ବେବି ବମ୍ପ୍ ଫ୍ଲଣ୍ଟ୍ କରି କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଉଭୟେ ବହୁତ ଶୀଘ୍ର ପ୍ୟାରେଣ୍ଟସ୍ ହେବେ। ଗତ ମାସରେ ସୁମିତ ଭ୍ୟାସ ଏବଂ ଏକତା କୌଲ ଭାର୍ଚୁଆଲ୍ ଭାବେ ବେବି ସାଓ୍ବାର ସେଲିବ୍ରେସନ୍ କରିଥିଲେ।

୨. ଡିମ୍ପୀ ଗାଙ୍ଗୁଲି – ରୋହିତ ରାୟ : ରାହୁଲ ମହାଜନଙ୍କ ଏକ୍ସ-ଓ୍ବାଇଫ୍ ଡିମ୍ପି ଗାଙ୍ଗୁଲି ଅପ୍ରେଲ୍ ୧୨ତାରିଖରେ ନିଜ ସନ୍ତାନ ଜନ୍ମର ଖୁସି ଖବର ସୋସିଆଲ ମିଡିଆକୁ ଦେଇଥିଲେ। ଡିମ୍ପି ଇନଷ୍ଟାଗ୍ରାମରେ ନିଜ ଶିଶୁର ଗୋଡ଼ ଫଟୋ ସେୟାର କରି କହିଥିଲେ ଯେ ତାଙ୍କ ଘରେ ନୂଆ ଅତିଥି ଆସିଛି। ଏହା ଡିମ୍ପି ଏବଂ ତାଙ୍କ ସ୍ବାମୀ ରୋହିତ ରାୟଙ୍କ ଦ୍ବିତୀୟ ସନ୍ତାନ। ତାଙ୍କର ଗୋଟିଏ ଝିଅ ରହିଛି।

୩. ସ୍ମୃତି ଖାନ୍ନା- ଗୌତମ ଗୁପ୍ତା : ମେରି ଆଶିକୀ ତୁମସେ ହି ଫେମ୍ ଆକ୍ଟେସ୍ ସ୍ମୃତି ଖାନ୍ନା ଅପ୍ରେଲ୍ ୧୫ତାରିଖରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ୟାରେଣ୍ଟସ୍ ହେବା ପରେ ସ୍ମୃତି ଏବଂ ତାଙ୍କ ସ୍ବାମୀ ଗୌତମ ଗୁପ୍ତା ହସ୍ପିଟାଲରୁ ଫଟୋ ସେୟାର କରିଥିଲେ। ଏହି ଦମ୍ପତ୍ତିଙ୍କ ବିବାହ ୨୦୧୭ମସିହାରେ ହୋଇଥିଲା।

 ୪. ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାଙ୍କୋଭିକ୍ : ମେ ୩୧ତାରିଖରେ ହାର୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାଙ୍କୋଭିକ୍ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। ନତାଶା ଦ୍ବାରା ସେୟାର କରାଯାଇଥିବା ଫଟୋରେ ତାଙ୍କ ବେବି ବମ୍ପ ନଜର ଆସିଛି। ଫଟୋରେ ହାର୍ଦ୍ଦିକ ତାଙ୍କ ପେଟରେ ହାତ ରଖି ପ୍ରେଗନେନ୍ସିର ହିଣ୍ଟ୍ ଦେଇଛନ୍ତି।

୫. ରୁସଲାନ୍ ମୁମତାଜ-ନିରାଲି : ଅଭିନେତା ରୁସଲାନ୍ ମୁମତାଜ ଲକଡାଉନରେ ମାର୍ଚ୍ଚ ୨୬ତାରିଖରେ ନିଜ ଘରେ ନୂଆ ଅତିଥିଙ୍କୁ ସ୍ବାଗତ କରିଛନ୍ତି। ତାଙ୍କ ପତ୍ନୀ ନିରାଲି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରୁସଲାନ୍ ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ଫଟୋ ସେୟାର କରି ଏହି ଖବର ଦେଇଥିଲେ।

୬. ଦିୟା ଚୋପ୍ରା-ରିଚି ମେହତା: ମନ କି ଆଓ୍ବାଜ ପ୍ରତିଜ୍ଞା ଫେମ୍ ଦିୟା ଚୋପ୍ରା ଏବଂ ତାଙ୍କ ସ୍ବାମୀ ରିଚି ମେହତା ପୁଣି ଥରେ ପ୍ୟାରେଣ୍ଟସ୍ ହୋଇଛନ୍ତି। ଦିୟା ଡେଲିଭରି ପରେ ଅପ୍ରେଲ୍ ୧୪ତାରିଖରେ ନିଜ ପୁଅଙ୍କ ଗୋଡ଼ର କ୍ୟୁଟ୍ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ।

   Related Posts