କରୋନାରେ ଭାରତୀୟ ସେଲିବ୍ରିଟି ସେଫ୍ ପ୍ଲାଏଡ କାର୍ଡୋଜଙ୍କ ମୃତ୍ୟୁ, ଚଳିତ ମାସରେ ମୁମ୍ବାଇରେ ଦେଇଥିଲେ ପାର୍ଟି

Published By : Prameya-News7 Bureau | March 25, 2020 IST

ନ୍ୟୁୟର୍କ ୨୫।୦୩: କରୋନା ଭୂତାଣୁର କବଳରେ ଦୁନିଆର ଅନେକ ବଡ ହସ୍ତୀ ଆସି ସାରିଛନ୍ତି। କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ, ବ୍ରିଟିଶ ରାଜ ପରିବାରର ପ୍ରିନ୍ସେସ୍ ଚାର୍ଲ୍ସ ଓ୍ଵେଲ୍ସ ସମେତ ଏମିତି ଅନେକ ବିଶିଷ୍ଟ ବ୍ୟକ୍ତି ଯାହାଙ୍କଠାରେ କରୋନ ପଜିଟିଭ୍ ମିଳିଛି। ଏହି କ୍ରମରେ ମାରାତ୍ମକ ଭାଇରସର ଶିକାର  ହୋଇ ଭାରତୀୟ ମୂଳ ନିବାସୀ ସେଲିବ୍ରିଟି ସେଫ୍ ପ୍ଲାଏଡ କାର୍ଡୋଜଙ୍କ ପ୍ରାଣହାନୀ ଘଟିଛି। ତାଙ୍କର ବୟସ ୫୯ ବର୍ଷ। ନ୍ୟୁଜର୍ସିରେ ରହୁଥିବା କାର୍ଡୋଜ୍ ମାର୍ଚ୍ଚ ୧୯ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସବୁଠୁ ବଡ କଥା ଫ୍ଲାଏଡ ଚଳିତ ମାସ ମୁମ୍ବାଇ ଆସିଥିଲେ ଏବଂ ଏଠାରେ ସେ ଏକ ପାର୍ଟି ମଧ୍ୟ ଦେଇଥିଲେ।

{"id":244159,"sizeSlug":"large"}

ସୂଚନା ଅନୁଯାୟୀ ଚଳିତ ମାର୍ଚ୍ଚରେ ସେ ମୁମ୍ବାଇ ଆସିଥିଲେ ଏବଂ ଏଠାରେ ଏକ ପାର୍ଟି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତି କମରେ ୨୦୦ ଲୋକ ସାମିଲ ହୋଇଥିଲେ। ଏଠାରୁ ଫେରିବା ପରେ ଫ୍ଲାଏଡଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଭାଇରାଲ ଫିଭର ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ରକ୍ତ ନମୂନା ଓ ସ୍ଵାବ ପରୀକ୍ଷାରୁ ସେ କରୋନା ପଜିଟିଭ୍ ଜଣା ପଡିଥିଲା। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସୂଚନା ଯୋଗାଡ କରାଯାଉଛି। ପ୍ଲାଏଡଙ୍କ ନ୍ୟୁୟର୍କରେ ସେଜ ପ୍ଲାଏଡ, ବମ୍ବେ କ୍ୟାଣ୍ଟିନ ଓ ଓ ପ୍ରେଡୋ ନାମରେ ରେସ୍ତୋରାଁ ମଧ୍ୟ ରହିଛି। ମୁମ୍ଵାଇ ଓ ଗୋଆରେ ମଧ୍ୟ ତାଙ୍କର ରେସ୍ତୋରାଁ ରହିଛି।

{"id":244158,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଆମେରିକାରେ ଅଦ୍ୟାବଧି ୫୪,୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୭୩ ଜଣଙ୍କ ପ୍ରାଣହାନୀ ଘଟିଛି। ସବୁଠୁ ସାଙ୍ଘାତିକ ଅବସ୍ଥା ନ୍ୟୁୟର୍କରେ ରହିଛି, କେବଳ ଏଠାରୁ ୨୬,୪୩୦ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ନ୍ୟୁଜର୍ସିରେ ୩୬୭୫ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। ଆମେରିକାରେ ଗତ ମଙ୍ଗଳବାର ୧୯୭ ଜଣଙ୍କ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.