Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ଯୋଦ୍ଧାଙ୍କୁ ସେଲିବ୍ରିଟିଙ୍କ ଅପିଲ୍ : ଅଧିକରୁ ଅଧିକ ରକ୍ତ ଦାନ କରନ୍ତୁ

19/04/2020 at 10:47 PM

ମୁମ୍ବାଇ ୧୯।୪: କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ଲାଗୁ କରାଯାଇଛି । ସାଧାରଣ ଲୋକଙ୍କ ସହିତ, ସେଲିବ୍ରିଟିମାନେ ଲକ୍ ଡାଉନ୍ ପାଳନ କରୁଛନ୍ତି ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ତାହା କରିବାକୁ ଉତ୍ସାହିତ କରୁଛନ୍ତି । ସେଲିବ୍ରିଟିମାନଙ୍କର ଅପିଲ୍ ମଧ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ଲକ୍ ଡାଉନ୍ କୁ ବାଦ୍ ଦେଇ ସେଲିବ୍ରିଟିମାନେ ପ୍ରଶଂସକମାନଙ୍କୁ ରକ୍ତ ଦାନ କରିବାକୁ ଅପିଲ୍ କରିଛନ୍ତି ।

ଅଜୟ ଦେବଗନ୍ ଟ୍ବିଟ୍ କରି କରୋନା ଯୋଦ୍ଧାମାନଙ୍କୁ ରକ୍ତ ଦାନ କରିବାକୁ ନିବେଦନ କରିଛନ୍ତି । ଅଜୟ ଲେଖିଛନ୍ତି, ‘ଯଦି ଆପଣ କୋଭିଡ-୧୯ ରୋଗକୁ ହରାଇ ସାରିଛନ୍ତି, ତେବେ ଆପଣ କରୋନା ଯୋଦ୍ଧା ଅଟନ୍ତି । ଆମକୁ ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢିବା ପାଇଁ ଏହିପରି ଯୋଦ୍ଧାମାନଙ୍କର ଏକ ସେନାର ଆବଶ୍ୟକତା ରହିଛି । ଆପଣଙ୍କ ରକ୍ତରେ ଗୁଳି ରହିଛି ଯାହା ଭାଇରସକୁ ନଷ୍ଟ କରିପାରେ । ଦୟାକରି ଆପଣଙ୍କର ରକ୍ତ ଦାନ କରନ୍ତୁ, ଅନ୍ୟ ଲୋକମାନେ ଏହା ଦ୍ବାରା ଆରୋଗ୍ୟ ହୋଇପାରିବେ, ବିଶେଷ କରି  ଯେଉଁମାନଙ୍କର ଅବସ୍ଥା ଗୁରୁତର ରହିଛି ।’

ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ମଧ୍ୟ ଅଧିକରୁ ଅଧିକ ରକ୍ତ ଦାନ କରିବାକୁ କରୋନା ଯୋଦ୍ଧାଙ୍କୁ ଅପିଲ୍ କରିଛନ୍ତି । ହ୍ରିତିକ ଏକ ପୃଷ୍ଠା ଲେଖି ସେୟାର କରିଛନ୍ତି । ଏଥିରେ ଲେଖା ଅଛି, ‘ମୁମ୍ବାଇର କସ୍ତୁରବା ଗାନ୍ଧୀ ହସ୍ପିଟାଲକୁ ଏପରି ଲୋକଙ୍କ ଆବଶ୍ୟକତା ରହିଛି ଯେଉଁମାନେ କରୋନାକୁ ପରାସ୍ତ କରିଛନ୍ତି । ଯଦି ଆପଣ କରୋନା ପଜିଟିଭ୍ ହେବା ପରେ ୧୪ ଦିନ ବିତାଇଛନ୍ତି କିମ୍ବା ନେଗେଟିଭ ହେବା ପରେ ୧୪ ଦିନ ବିତାଇଛନ୍ତି ତେବେ ଆପଣଙ୍କ ରକ୍ତରେ ଏପରି କୋଷ ଅଛି ଯାହା ଭାଇରସକୁ ମାରିପାରେ । ଯଦି ଆପଣ ଆପଣଙ୍କ ରକ୍ତ ଦାନ କରିବେ, ତେବେ ଆମେ ଅଧିକ ଲୋକଙ୍କୁ ବଞ୍ଚାଇ ପାରିବା, ବିଶେଷତଃ ଯେଉଁମାନଙ୍କର ଅବସ୍ଥା ଗୁରୁତର ଅଟେ ।’

ଯେତେବେଳେ ଜଣେ ବ୍ୟକ୍ତି କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ହୁଏ, ସେତେବେଳେ ତାଙ୍କ ଶରୀରରେ କରୋନା ଭାଇରସକୁ ନିରପେକ୍ଷ କରୁଥିବା ବିଶେଷ ପ୍ରକାରର ପ୍ରତିରୋଧକ ଆଣ୍ଟିବଡି ବିକଶିତ ହୁଏ । ଅର୍ଥାତ୍ ବାହାରୁ ଯେଉଁ ଭାଇରସ୍ ଶରୀରକୁ ପ୍ରବେଶ କରିଥାଏ ଆଣ୍ଟିବଡି ତାରା ସା୪ମ୍ନା କରିପାରେ । ରକ୍ତରେ ଥିବା ଆଣ୍ଟିବଡିଗୁଡିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ରଖାଯାଇ ଏହି ଆଣ୍ଟିବଡି ମାଧ୍ୟମରେ ସଂକ୍ରମିତ ରୋଗୀର ଶରୀରରେ ଥିବା କରୋନା ଭାଇରସକୁ ନଷ୍ଟ କରାଯାଇପାରେ ।

   Related Posts