Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବିଶ୍ୱର ବଡ ବଡ ହସ୍ତୀ ଯେଉଁମାନେ ଧର୍ମ ପରିବର୍ତ୍ତନ କରି ହୋଇଥିଲେ ହିନ୍ଦୁ

6/12/2021 at 7:12 PM

ନୂଆଦିଲ୍ଲୀ ୦୬/୧୨ : ହିନ୍ଦୁ ଧର୍ମକୁ ବିଶ୍ୱର ସବୁଠାରୁ ପୁରୁଣା ଧର୍ମ ବୋଲି କୁହାଯାଏ। ହିନ୍ଦୁ ଧର୍ମର ବିଚାର ଓ ସଂସ୍କୃତିରେ ଦୁନିଆର ଅନେକ ଲୋକ ପ୍ରଭାବିତ। ଏହାର ଶାନ୍ତି ଓ ଅହିଂସା ତତ୍ତ୍ୱ ଯୋଗୁଁ ଅନ୍ୟ ଧର୍ମର ଲକ୍ଷ ଲକ୍ଷ ଲୋକ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ପ୍ରତି ବର୍ଷ ଅନେକ ଲୋକ ହିନ୍ଦୁ ଧର୍ମ ଗ୍ରହଣ କରିଥାନ୍ତି। ଏମାନଙ୍କ ମଧ୍ୟରେ ଅନେକ ସେଲେବ୍ରିଟୀ ଓ ବଡ ବଡ ହସ୍ତୀ ମଧ୍ୟ ସାମିଲ ଅଛନ୍ତି। ଏମିତି କିଛି ଖାସ ଲୋକଙ୍କ ବିଷୟରେ ଜାଣିବା।

ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରାଙ୍କ ଜନ୍ମ ଈସାଈ ପରିବାରରେ ହୋଇଥିଲା। କିନ୍ତୁ ୨୦୧୭ରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏଥିପାଇଁ ସେ ଚେନ୍ନାଇ ସ୍ଥିତ ଆର୍ଯ୍ୟସମାଜ ମନ୍ଦିରରେ ଧର୍ମ ଶିକ୍ଷା ନେଇଥିଲେ।

ହଲିଉଡ଼ ଅଭିନେତ୍ରୀ ଜୁଲିଆ ରବର୍ଟ୍ସଙ୍କ ଜନ୍ମ ଆମେରିକାରେ। ସେ ୨୦୧୦ ରେ ଭାରତରେ ଇଟ, ପ୍ରେ, ଲଭ ଶୁଟିଂ ବେଳେ ହିନ୍ଦୁ ଧର୍ମରୁ ବହୁତ ପ୍ରଭାବିତ ହୋଇଥିଲେ ଓ ଏହାପରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ସେ ଅନେକ ଅବସରରେ ନିଜକୁ ହିନ୍ଦୁ ବୋଲି ହିଁ ପରିଚୟ ଦିଅନ୍ତି।

ଆମେରିକୀୟ ଗାୟକ, ଗିଟାର ବାଦକ ଓ ଗୀତିକାର ଟ୍ରେଭରଙ୍କ ସଂଗୀତ ହିନ୍ଦୁ ଧର୍ମରେ ପ୍ରଭାବିତ। ତାଙ୍କ ଗୀତରେ ସଂସ୍କୃତ ମନ୍ତ୍ର ମଧ୍ୟ ଥାଏ। ୨୦୧୩ରେ ସେ ଯେତେବେଳେ ଭାରତ ଆସିଥିଲେ, ହିନ୍ଦୁ ଧର୍ମରେ ବହୁତ ପ୍ରଭାବିତ ହୋଇଥିଲେ। ତାପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଓ ଭାରତରେ ସାଧୁ ଜୀବନ ବିତାଇଲେ।

ଜେରୀ ଗାର୍ସିୟା ଜଣେ ପ୍ରସିଦ୍ଧ ଆମେରିକୀୟ ମ୍ୟୁଜିସିଆନ। ୩୦ ବର୍ଷ ଯାଏଁ ସେ ଗ୍ରେଟଫୁଲ ଡେଡ ବ୍ୟାଣ୍ଡରେ ଗିରାଟିଷ୍ଟ ଥିଲେ। ପିଲାଦିନୁ ହିନ୍ଦୁ ଧର୍ମ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ଆଜୀବନ ଧର୍ମ ପାଳନ କରିଥିଲେ। ୧୯୯୫ ରେ ତାଙ୍କର ମୃତ୍ୟୁ ପରେ ତାଙ୍କ ଅସ୍ଥି ଋଷିକେଶରେ ଗଙ୍ଗା ନଦୀରେ ପ୍ରବାହିତ କରାଯାଇଥିଲା।

ପାକିସ୍ତାନୀ ମୂଳର ବ୍ରିଟିଶ ଲେଖକ ଅନୱର ଶେଖ ଯୁବାବସ୍ଥାରେ କଟ୍ଟର ମୁସଲମାନ ଥିଲେ ଓ ଭାରତ ବିଭାଜନ ବେଳେ ସେ ଅଣ ମୁସଲମାନଙ୍କୁ ହତ୍ୟା କରିଥିଲେ। ପରେ ସେ ଏଥିପାଇଁ ପଶ୍ଚାତାପ କରିଥିଲେ ଓ ଧାର୍ମିକ ଗ୍ରନ୍ଥ ଅଧ୍ୟୟନ କରିଥିଲେ। ଶେଷରେ ହିନ୍ଦୁ ଧର୍ମରେ ସେ ନିଜର ନୈତିକ ପ୍ରଶ୍ନର ସଠିକ ଉତ୍ତର ପାଇଥିଲେ ଏବଂ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ହିନ୍ଦୁ ହେବା ପରେ ସେ ନିଜ ନାଁ ବଦଳାଇ ଅନିରୁଦ୍ଧ ଜ୍ଞାନଶିଖ ରଖିଥିଲେ।

ମହନ୍ତ ଗୁଲାବନାଥ ନାଥ ସମ୍ପ୍ରଦାୟର ପ୍ରତିଷ୍ଠିତ ସନ୍ଥ ଥିଲେ। ସେ ଜନ୍ମରୁ ମୁସଲମାନ ଥିଲେ ଓ ତାଙ୍କ ନାଁ ଗୁଲ ମହମ୍ମଦ ଥିଲା। ସେ ପରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

ତେବେ ହିନ୍ଦୁ ଧର୍ମରେ ଔପଚାରିକ ଧର୍ମନ୍ତରଣ ବ୍ୟବସ୍ଥା ନାହିଁ। ଐତିହାସିକ ବ୍ୟକ୍ତିତ୍ୱ ଆକବର, କବିର, ରସଖାନଙ୍କ ଭଳି ବ୍ୟକ୍ତିତ୍ୱ ଅନେକ ହିନ୍ଦୁ ବିଶ୍ୱାସକୁ ସ୍ୱୀକାର କରିବା ପରେ ମଧ୍ୟ ନିଜକୁ ହିନ୍ଦୁ କିମ୍ବା କୌଣସି ହିନ୍ଦୁ ସମ୍ପ୍ରଦାୟର ଅନୁଗାମୀ ଘୋଷିତ କରିନଥିଲେ।

   Related Posts