Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲକଡାଉନ୍ ସମୟରେ ବଢ଼ୁଛି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ : ଘରୋଇ ହିଂସା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ଆଗେଇ ଆସିଲେ ବଲିଉଡ ଏବଂ ଖେଳ ଜଗତର ଷ୍ଟାରମାନେ

20/04/2020 at 1:21 PM

ମୁମ୍ବାଇ ୨୦/୪: ଭାରତରେ ଏହି ସମୟରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ବଢ଼ୁଥିବା ସଂକ୍ରମଣକୁ ରୋକିବା ନିମନ୍ତେ ପୂରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି। କିନ୍ତୁ ଏହି ସମୟରେ ଘରୋଇ ହିଂସାର ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏହି ଗମ୍ଭୀର ମାମଲାରେ ଏବେ ବଲିଉଡ ଷ୍ଟାର୍ସ ଏବଂ ଖେଳ ଜଗତର ଲୋକ ମଧ୍ୟ ଏକାଠି ଆସିଛନ୍ତି। ସେମାନେ ଏକ ଭିଡିଓ ଜରିଆରେ ଘରୋଇ ହିଂସା ବିରୋଧରେ ସ୍ବର ଉଠାଇବାକୁ ଅପିଲ୍ କରିଛନ୍ତି।

 ଏହି ଭିଡିଓରେ ଅନୁ​‌ଷ୍କା ଶର୍ମା,ବିଦ୍ୟା ବାଲାନ୍,ମାଧୁରୀ ଦୀକ୍ଷିତ,ଫରହାନ୍ ଅଖତର,ରାହୁଲ୍ ବୋଷ,ଦିୟା ମିର୍ଜା ଏବଂ କରଣ ଜୋହର ଭଳି ବଲିଉଡ କଳାକାର ସନ୍ଦେଶ ଦେଉଛନ୍ତି। ତାଙ୍କ ସହ ବିରାଟ କୋହଲି,ରୋହିତ ଶର୍ମା ଏବଂ ମିତାଲି ରାଜ ଭଳି ବଡ଼ ଖେଳାଳୀ ମଧ୍ୟ ଏଥିରେ ସନ୍ଦେଶ ଦେଉଛନ୍ତି। ସମସ୍ତେ ଏକାଠି ହୋଇ କହୁଛନ୍ତି ଯେ ଘରୋଇ ହିଂସା ବିରୋଧରେ ଚୁପ୍ ହୋଇ ବସନ୍ତୁ ନାହିଁ ଏବଂ ନିଜ ସ୍ବର ଉଠାନ୍ତୁ।

ଭିଡିଓରେ ଷ୍ଟାର ଏବଂ ଖେଳାଳୀ ମିଶି କହୁଛନ୍ତି,‘ଲକଡାଉନରେ ଘରୋଇ ହିଂସା ମାମଲା ବଢ଼ି ଯାଇଛି। ସେମାନେ ସମସ୍ତ ପୁରୁଷଙ୍କୁ କହୁଛନ୍ତି ଯେ ଏହା ​‌ହେଉଛି ହିଂସା ବିରୋଧରେ ଛିଡ଼ା ହେବାର ପ୍ରକୃତ ସମୟ। ସେମାନେ ମହିଳାଙ୍କୁ କହୁଛନ୍ତି,ଏହା ହେଉଛି ନିଜ ସ୍ବର ଉଠାଇବାର ପ୍ରକୃତ ସମୟ। ଯଦି ଆପଣ ଘରୋଇ ହିଂସାର ଶିକାର ହେଉଛନ୍ତି,ତାହା ଘରେ ହେଲେ ମଧ୍ୟ ଆପଣଙ୍କୁ ରିପୋର୍ଟ କରିବା ଉଚିତ୍। ଘରୋଇ ହିଂସା ଉପରେ ମଧ୍ୟ ଲକଡାଉନ୍ ଲଗାଯାଉ।’

ଲକଡାଉନ୍ ଆରମ୍ଭର ୧୧ଦିନରେ ୯୨ହଜାର ମହିଳା ଘରୋଇ ହିଂସା ବିରୋଧରେ କଲ୍ କରି ଅଭିଯୋଗ କରିଥିଲେ। ଏହି ମାମଲାରେ ଏକ ବେସରକାରୀ ସଂସ୍ଥା ଅଲ୍ ଇଣ୍ଡିଆ କାଉନସିଲ୍ ଅଫ୍ ହ୍ୟୁମାନ୍ ରାଇଟସ୍,ଲିବର୍ଟିସ୍ ଆଣ୍ଡ ସୋସିଆଲ ଜଷ୍ଟିସ୍ ତରଫରୁ ଆବେଦନ ଦାୟର କରି ତତ୍କାଳ ଉଚିତ୍ ପଦକ୍ଷେପ ନେବାର ଦାବି କରାଯାଇଛି। ଦିଲ୍ଲୀ ହାଇକୋର୍ଟ ମହିଳାଙ୍କ ସହ ଘରୋଇ ହିଂସା ଏବଂ ଶିଶୁ ଅତ୍ୟାଚାର ଭଳି ବଢ଼ୁଥିବା ମାମଲାକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠୁ ଜବାବ ମାଗିଛନ୍ତି।

ମହାରାଷ୍ଟ୍ରରେ ଲକଡାଉନ୍ ସମୟରେ ଘରୋଇ ହିଂସାର ମାମଲା ବଢ଼ି ବଢ଼ି ଚାଲିଛି। କିଛି ଦିନ ତଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମହିଳାଙ୍କ ସହ ଦୁର୍ବ୍ୟବହାର କରିବା ମହାରାଷ୍ଟ୍ରର ସଂସ୍କୃତି ନୁହେଁ। ସେ ଏହି ଘଟଣାକୁ ସହ୍ୟ କରିବେ ନାହିଁ।

 

   Related Posts