କାରଗିଲ ବିଜୟ ଦିବସକୁ ପୂରିଛି ୨୧ ବର୍ଷ: ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | July 26, 2020 IST

 ନୂଆଦିଲ୍ଳୀ୨୬/୭:  କାରଗିଲ ବିଜୟ ଦିବସକୁ ଆଜି ପୂରିଛି ୨୧ ବର୍ଷ । ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥଙ୍କ ସହ ସିଡିଏସ୍ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଜୟ ଦିବସ ଅବସରରେ ସଶସ୍ତ୍ର ସେନାର ଅଦମ୍ୟ ସାହସ ଏବଂ ଦୃଢ ସଂକଳ୍ପକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କାରଗିଲ୍‌ ଯୁଦ୍ଧ ଶେଷ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଉପରେ ଭାରତୀୟ ଯବାନଙ୍କ ବିଜୟ । କାରଗିଲ ଶିଖରରେ ପୁଣି ଲହରାଇଲା ତ୍ରିରଙ୍ଗା। ସେହି ସ୍ମୃତିକୁ ୨୧ ବର୍ଷ । ବିଜୟ ଦିବସକୁ ପୂରିଛି ୨୧ ବର୍ଷ । ବୀରଯବାନକୁ ମନେ ପକାଇ ଦେଶ ଦେଇଛି ଶ୍ରଦ୍ଧାଞ୍ଜଳି।  କରୋନା କଟକଣା ଯୋଗୁ ଏବର୍ଷ କାରଗିଲ ବିଜୟ ଦିବସ ପାଳନ ନେଇ ବଡ଼ ଆୟୋଜନ ହୋଇନଥିଲା। ତେବେ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟ । ବିଜୟ ଦିବସ ଅବସରରେ ସଶସ୍ତ୍ର ସେନାର ଅଦମ୍ୟ ସାହସ, ପରାକ୍ରମ ଏବଂ ଦୃଢ ସଂକଳ୍ପକୁ ସ୍ମୃତି ଚାରଣ କରିଛନ୍ତି।

ସମୁଦ୍ର ପତ୍ତନଠାରୁ ୧୮ ହଜାର ଫୁଟ୍ ଉଚ୍ଚତାରେ ହିମାଳୟର ବରଫାଚ୍ଛନ୍ନ କାର୍ଗିଲରେ ଭାରତୀୟ ସେନାର ଅଦ୍ୟମ ସାହସ ଦେଖିଥିଲା ସାରା ବିଶ୍ବ । ଏହାସହ ଖୋଲିଯାଇଥିଲା ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଅସଲ ମୁଖା । ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କି ବାତ୍‌ କାର୍ଯ୍ୟକ୍ରମରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇବା ସହିତ ବୀର ସହିଦଙ୍କ ସାହସକୁ ସାଲ୍ୟୁଟ କରିଛନ୍ତି।…

ସଫଳ ହୋଇଥିଲା ଅପରେସନ ସଫେଦ ସାଗର । ଜଳ, ସ୍ଥଳ, ଆକାଶ, ତିନି ପଟୁ ହୋଇଥିଲା ଜୋରଦାର ଆକ୍ରମଣ । ଭାରତୀୟ ଯବାନଙ୍କ ଜୋରଦାର ଆକ୍ରମଣକୁ ସହି ପାରିନଥିଲେ ଅନୁପ୍ରବେଶକାରୀ ପାକିସ୍ତାନୀ ଯବାନ । ସହିଦ୍‌ ହୋଇଥିଲେ ୫ଶହରୁ ଅଧିକ ବୀର ଯବାନ । ଆଜି ବି ସେଦିନକୁ ମନେ ପକାଇ ଛାତି କୁଣ୍ଢେମୋଟ କରନ୍ତି କାର୍‌ଗିଲ୍‌ରେ ଆଗଧାଡ଼ିରେ ଲଢ଼ିଥିବା ଯବାନ। ଭାରତ ମାତାର ମଥା ସବୁବେଳେ ଗର୍ବରେ ଉଚ୍ଚରେ ରହୁ। ଯବାନଙ୍କୁ ବଳିଦାନକୁ ମନେ ରଖିଥିବ ଭାରତର ପ୍ରତିଟି ସନ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.