ଶହୀଦ୍ ଭଗତ୍ ସେନା ପକ୍ଷରୁ ଶହୀଦ୍ ଭଗତ୍ ସିଂଙ୍କ ୧୧୪ ତମ ଜନ୍ମଜୟନ୍ତୀ ପାଳିତ

Published By : Prameya-News7 Bureau | September 28, 2021 IST

ଭଦ୍ରକ, ୨୮/୦୯: ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଶହୀଦ୍ ଭଗତ୍ ସେନା ପକ୍ଷରୁ ଶହୀଦ୍ ଭଗତ୍ ସିଂଙ୍କ ୧୧୪ ତମ ଜନ୍ମଜୟନ୍ତୀ ପାଳିତ ହୋଇଛି । ଶହୀଦ୍ ଭଗତ୍ ସିଂଙ୍କ ୧୧୪ ତମ ଜନ୍ମଜୟନ୍ତୀ ଅବସରରେ ସଂଗଠନର ସଦସ୍ୟମାନେ ରୋଗୀଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରିଥିଲେ । ଭଦ୍ରକ ସହରର ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ଶ୍ରୀରାମ ମଣ୍ଡପରେ ସହିଦ ଭଗତ ସିଂଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଶହୀଦ୍ ଭଗତ୍ ସେନାର ଆବାହକ ଶିତାଂଶୁ ଶେଖର ମହାପାତ୍ର , ଆଇନଜୀବୀ ମନୋଜ ରାୟ , ଅବସର ପ୍ରାପ୍ତ ସେନା ଅଧିକାରୀ ରୋହିତ ରାୟ ଏବଂ ଅବସର ପ୍ରାପ୍ତ ସେନା ଅଧିକାରୀ ଅଶୋକ ଲେଙ୍କା ଅତିଥି ରୂପେ ଯୋଗ ଦେଇ ଶହୀଦ୍ ଭଗତ୍ ସିଂଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହୀଦ୍ ଭଗତ୍ ସେନାର ସଦସ୍ୟ ଯୋଗ ଦେଇ ଭବିଷ୍ୟତରେ ସମାଜର ତୃଣମୂଳ ସ୍ତରରେ କିପରି ସଙ୍ଗଠନ ଆହୁରି ସୁଦୃଢ଼ ହେବ ସେଥିପାଇଁ ଆଲୋଚନା କରିଥିଲେ ।

ତେବେ ସମାଜର ପ୍ରତ୍ୟକ ଅବହେଳିତ, ଦୁଖୀ ଦରିଦ୍ରଙ୍କ ସେବାରେ ନିୟୋଜିତ ହେବାକୁ ସହିଦ ଭଗତ ସେନା ସଂକଳ୍ପବଦ୍ଧ ବୋଲି ଆବାହକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.